ମଣିପୁର ଘଟଣାରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ବିରୋଧୀ ନୁହଁନ୍ତି: ରାଜନାଥ ସିଂ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଏହାରି ଭିତରେ ମଣିପୁର ଘଟଣାକୁ ନେଇ ଲୋକସଭାରେ ଆଜି ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ଲୋକସଭାକୁ ଥରେ ମୁଲତବୀ ମଧ୍ୟ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଣିପୁର ଘଟଣା ବେଶ ଗମ୍ଭୀର ଘଟଣା । ଏପରିକି ଏହି ଘଟଣା ଭାରତୀୟଙ୍କୁ ଲଜ୍ଜିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଘଟଣାରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମଣିପୁର ବାବଦରେ ସଂସଦରେ ଆଲୋଚନା ହେଉ ତାହା ଆମେ ଚାହୁଁଛୁ । ଏ ବାବଦରେ ସର୍ବଦଳୀୟ ବୈଠକରେ ମଧ୍ୟ କୁହାଯାଇଛି । କିନ୍ତୁ କିଛି ରାଜନୈତିକ ଦଳ ଅନାବଶ୍ୟକ ଭାବେ ଏଭଳି ସ୍ଥିତି ଉତ୍ପନ୍ନ କରୁଛନ୍ତି ଯେପରି ସଂସଦରେ ମଣିପୁର ବାବଦରେ ଚର୍ଚ୍ଚା ହୋଇପାରିବନି । ବିରୋଧୀ ମଣିପୁର ଘଟଣାକୁ ନେଇ ଏତେ ଗମ୍ଭୀର ନୁହନ୍ତି ।

Leave A Reply

Your email address will not be published.