ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁର ପାତି ସୁନାପୁର ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗି ରହିଛି । ଗୋଟିଏ ଗୋଷ୍ଠୀ ୧୧ତାରିଖରେ ଯାତ୍ରା କରିବାକୁ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ଚଳିତମାସ ଶେଷ ଆଡୁ କରିବାକୁ ଯୋଜନା କରିଥିଲା । ଉଭୟଙ୍କ ଗୋଷ୍ଠୀ ମୁଁହାମୁହିଁ ହେବା ଯୋଗୁଁ ୧୧ତାରିଖରେ ଯାତ୍ରା ହୋଇନଥିଲା। କିନ୍ତୁ ପୂଜାର୍ଚ୍ଚନା ହୋଇଥିଲା ।

ଉକ୍ତ ଗ୍ରାମରେ ଗତ କାଲି ପ୍ରଶାସନ ପକ୍ଷରୁ ୧୬୩ ଲାଗୁ ହୋଇଥିଲା ।ଏଥିପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ । ହଠାତ ରାତିରେ ଗୋଟିଏ ଗୋଷ୍ଠୀର ଲୋକେମାନେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କୁ ପଥର ଓ ବୋତଲ ମାଡ଼ କରିଥିଲେ । କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ଗୋଟିଏ ଗୋଷ୍ଠୀର ପ୍ରାୟ ୨୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାରେ କିଛି ନାବାଳକଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି ।

Leave A Reply

Your email address will not be published.