ବଢୁଛି ଯୁଦ୍ଧ ଆଶଙ୍କା: ତାଇୱାନ ଆକାଶରେ ଚୀନର ଲଢୁଆ ବିମାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନକୁ ଦିନ ତିକ୍ତ ହେଉଛି ତାଇୱାନ ବିବାଦ । ଏହାକୁ ନେଇ ଦେଶର ୨ ଶକ୍ତିଶାଳୀ ଦେଶ ମୁହାଁ ମୁହିଁ ହୋଇଛନ୍ତି । ଶନିବାର ଚୀନର ୬୮ରୁ ଅଧିକ ଲଢୁଆ ବିମାନ ଦଫାକୁ ଦଫା ତାଇୱାନ ଆକାଶ ସୀମା ଉଲ୍ଲଂଘନ କରି ଉଡାଣ କରିଛି । ଏଥିସହିତ ୧୪ଟି ଚୀନ ଯୁଦ୍ଧପୋତ ତାଇୱାନ ଚାରିପଟେ ଜଳଭାଗରେ ଚକ୍କର କାଟିଛନ୍ତି। ଚୀନ ବିମାନଗୁଡିକୁ ଘଉଡାଇବା ସକାଶେ ତାଇୱାନ ନିଜର ଯୁଦ୍ଧ ବିମାନଗୁଡିକୁ ପଠାଇବା ପରେ ଚୀନ ବିମାନଗୁଡିକ ପଳାଇ ଯାଇଥିଲେ। ତେବେ ସେଗୁଡିକ ବାରମ୍ବାର ଏଭଳି କରିବା ଘଟଣା ତାଇୱାନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଚୀନ ପକ୍ଷରୁ ଆମେରିକାକୁ ସତର୍କ କରାଇ କୁହାଯାଇଛି ଯେ ସେ ଏକ ବୃହତ୍ତର ସଙ୍କଟ ସୃଷ୍ଟିର କାରଣ ନହେଉ। ତାଇୱାନକୁ ନେଇ ଚୀନର ସାମରିକ କାର୍ୟ୍ୟକଳାପ ଯଥେଷ୍ଟ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଏହା ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି ବିଶ୍ୱରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ଅନ୍ୟପଟେ ଚୀନର ଏଭଳି ହରକତର ଜବାବ ଦେବାକୁ ତାଇୱାନ ନିଜର ସତର୍କ ଦୃଷ୍ଟି ବ୍ୟବସ୍ଥାକୁ ସକ୍ରିୟ କରିବା ସହିତ ଏହାର ସିଏପି ବିମାନ, ଯୁଦ୍ଧ ଜାହାଜ ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ପୂର୍ଣ୍ଣ ପ୍ରସ୍ତୁତ ରଖିଥିବା ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ୱୟଂଶାସିତ ଦ୍ୱୀପ ରାଷ୍ଟ୍ର ତାଇୱାନର କ୍ଷେପଣାସ୍ତ୍ର ବିକାଶକାରୀ ଦଳର ମୁଖ୍ୟଙ୍କ ମୃତଦେହ ଏକ ହୋଟେଲ ପ୍ରକୋଷ୍ଠରୁ ମିଳିଥିବା ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି। ଏହି ଅଧିକାରୀ କୁ ୟାଙ୍ଗ ଲି-ସିଙ୍ଗ୍ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଓ ବିକାଶ ୟୁନିଟ୍ର ଉପମୁଖ୍ୟ ଥିଲେ।

Leave A Reply

Your email address will not be published.