ଓଡ଼ିଆ ନ୍ୟୁଜ୍: GST କାଉନସିଲ୍ ବୈଠକରେ ବଡ଼ ନିଷ୍ପତ୍ତି।ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ। ଏବେ GSTରେ କେବଳ ଦୁଇଟି ସ୍ଲାବ୍ ରହିବ।୧୨ ଓ ୨୮ ପ୍ରତିଶତ ସ୍ଲାବ୍ ବନ୍ଦ କଲେ କେନ୍ଦ୍ର ସରକାର। ଆସନ୍ତା ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ୍। ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦% ସ୍ଲାବ୍। ଏବେ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ।ଛେନା, ପନିର୍ ଓ ପାଉଁରୁଟି ଉପରେ GST ନାହିଁ।ପ୍ରେସ୍ ମିଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା।
ଶସ୍ତା ହେଲା ଏହି ଜିନିଷ
*୫%ରୁ NIL*
୧. UHT କ୍ଷୀର
୨. ଛେନା/ପନୀର (ପ୍ୟାକ୍ଡ)
୩. ପିଜା ବ୍ରେଡ
୪. ଖାଖରା, ଚପାତି, ରୁଟି
୧୮%ରୁ NIL:
୧. ପରଟା ଓ ଅନ୍ୟାନ୍ୟ ଭାରତୀୟ ରୁଟି
୨-୧୨%ରୁ ୫%: ମୁଖ୍ୟ ଖାଦ୍ୟ ଓ ଉପଭୋକ୍ତା ଦ୍ରବ୍ୟ
୩. କଣ୍ଡେନ୍ସଡ ମିଲ୍କ
୪. ଘିଅ, ବଟର, ଡେୟାରୀ ଫ୍ୟାଟ
୪. ଛେନା
୫. ଡ୍ରାଏ ଫ୍ରୁଟ୍ସ: ବାଦାମ, ପିସ୍ତା, ହେଜଲନଟ୍, ଚେଷ୍ଟନଟ୍, ବ୍ରାଜିଲ ନଟ୍, ଖଜୁରୀ, ଅଞ୍ଜିର ଇତ୍ୟାଦି
୬. ଖଟା ଫଳ ଶୁଖିଲା( କମଳା, ଲେମ୍ବୁ, ମୌସୁମୀ ଇତ୍ୟାଦି)
୭. ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ମିଶ୍ରଣ
୮. ମାଲ୍ଟ, ଷ୍ଟାର୍ଚ, ଇନୁଲିନ
୯. ମାଂସ/ମାଛ/ଚିଙ୍ଗୁଡ଼ି ଜାତୀୟ ଉତ୍ପାଦ
୧୦. ଚିନି ଓ ସୁଗାର କ୍ୟୁବ
୧୧. ପାସ୍ତା, ନୁଡଲ୍ସ, ସ୍ପାଗେଟି
୧୨. ବିସ୍କୁଟ/କେକ/ପେଷ୍ଟ୍ରି (କେତେକ ବର୍ଗ)
୧୩. ସ୍ନାକ୍ସ, ନମକିନ, ଭୁଜିଆ (ପ୍ୟାକ୍ଡ)
୧୪. ସସ୍, ମେୟୋ, କରି ପେଷ୍ଟ ଇତ୍ୟାଦି
୧୫. ଆଇସକ୍ରିମ
୧୬. ସୋୟା ବଡ଼ି, Mungodi
୧୭. ସୁଗାର କନଫେକ୍ସନାରୀ, ଟଫି
୧୮. ଫଳ ରସ, ନଡ଼ିଆ ପାଣି (ପ୍ୟାକ୍ଡ)
୧୯. ଚା/କଫି, ଚିକୋରୀ
୨୦. ସୁପ, ବ୍ରଥ
୨୧. ଅଟା/ଷ୍ଟାର୍ଚ ଆଧାରିତ ଖାଦ୍ୟ ଉତ୍ପାଦ
୨୨. ଅନେକ ପ୍ରକାର ଔଷଧ, ମେଡିକାଲ ଉପକରଣ (ଅକ୍ସିଜେନ, ଡାୟଗନୋଷ୍ଟିକ କିଟ, ବ୍ଲଡ ଟେଷ୍ଟ ଷ୍ଟ୍ରିପ, ଥର୍ମୋମିଟର, ମେଡିକାଲ ମେସିନ ଇତ୍ୟାଦି)
୨୩. ଟୟଲେଟ ସାବୁନ, ସାମ୍ପୁ, ଟୁଥପେଷ୍ଟ, ଟୁଥ ପାଉଡର, ହେୟାର ଅଏଲ, ସେଭିଂ କ୍ରିମ
୨୪. ସ୍କୁଲ ନୋଟବୁକ, କପି, ଗ୍ରାଫ ବୁକ
୨୫. ପିଲାଙ୍କ ଖେଳଣା, ପେନସିଲ, କ୍ରେୟନ, ସାର୍ପନର
୨୬. ବାସନ (ଲୁହା, ଷ୍ଟିଲ, ତମ୍ବା, ପିତଳ, ଆଲୁମିନିୟମ)
୨୭. ହସ୍ତଶିଳ୍ପ ଜିନିଷ (କାଠ, ପଥର, ଧାତୁ, ଗ୍ଲାସ, ଜୁଟ, କର୍କ ଇତ୍ୟାଦି)
୨୮. ନବୀକରଣୀୟ ଶକ୍ତି ଉପକରଣ (ସୌର, ପବନ, ବାୟୋଗ୍ୟାସ, ତରଙ୍ଗ ଶକ୍ତି)
୨୯. ଟ୍ରାକ୍ଟର, ସାଇକେଲ, ଛୋଟ ଇଞ୍ଜିନ ଓ ପାର୍ଟସ
୩୦. ଜୋତା (୨୫୦୦ ଟଙ୍କାରୁ କମ ମୂଲ୍ୟ)
୩୧. ଫର୍ନିଚର (ବାଉଁଶ, ବେତ, ଗାଦି ୨୫୦୦ ଟଙ୍କାରୁ କମ)
୩୨. କପ୍ ଓ ଟେକ୍ସଟାଇଲ (୨୫୦୦ ଟଙ୍କା ପର୍ଯ୍ୟନ୍ତ)
ମହଙ୍ଗା ହେଲା ଏହି ଜିନିଷ:
୧. ପାନ ମସଲା: ୨୮% ରୁ ୪୦%
୨. ଅନ୍ୟ ଫ୍ଲେଭର୍ଡ/ଏରେଟେଡ ନନ-ଆଲକୋହଲିକ ପେୟ: ୧୮%/୨୮% ରୁ ୪୦%
୩. କାର୍ବୋନେଟେଡ ଡ୍ରିଙ୍କ, ଏନର୍ଜି/କେଫିନ ଡ୍ରିଙ୍କ: ୨୮% ରୁ ୪୦%
୪. ସିଗାରେଟ, ସିଗାର, ତମାଖୁ ଉତ୍ପାଦ (କେତେକ ଛାଡ଼ି): ୨୮% ରୁ ୪୦%
୫. ବି ୨୮% ରୁ ୧୮% ( ଏହା ଶସ୍ତା ହେଲା, ଅନ୍ୟ ତମାଖୁ ମହଙ୍ଗା)
୬. ୩୫୦ ସିସିରୁ ଅଧିକ ମୋଟରସାଇକେଲ: ୨୮% ରୁ ୪୦%
୭. ଲକ୍ଜରୀ କାର, ବଡ଼ ହାଇବ୍ରିଡ କାର: ୨୮% ରୁ ୪୦%
୮. Yachts, ପ୍ରାଇଭେଟ ଏୟାରକ୍ରାଫ୍ଟ: ୨୮% ରୁ ୪୦%
୯. ରିଭଲଭର, ପିସ୍ତଲ: ୨୮% ରୁ ୪୦%
୧୦. ସ୍ମୋକିଂ ପାଇପ, ହୁକ୍କା ଆକ୍ସେସୋରୀ: ୨୮% ରୁ ୪୦%