ଜିଏସଟି ବୈଠକ: ଜାଣନ୍ତୁ କ’ଣ ଶସ୍ତା, କ’ଣ ମହଙ୍ଗା ?

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମହଙ୍ଗା ହେବ ଅନଲାଇନ ଗେମ୍ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଅନଲାଇନ୍ ଗେମିଂ , ହର୍ଷ ରେସିଙ୍ଗ ଓ କ୍ୟାସିନୋ ଉପରେ ଉପରେ ୨୮ପ୍ରତିଶତ ଜିଏସଟି ଲାଗିବ । ଏହାଛଡା ଗାଡିର ପଞ୍ଜୀକରଣ ଉପରେ ଜିଏସଟି ସେୟାର କଞ୍ଜୁମର ଷ୍ଟେଟକୁ ମଧ୍ୟ ମିଳିବ । ଜିଏସଟି କାଉନସିଲର ୫୦ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିଦେଶରୁ ଆମଦାନୀ ହେଉଥିବା ଦାମୀ କ୍ୟାନସର ଔଷଧ ଉପରେ ଏଣିକି ଲାଗିବନି ଜିଏସଟି । ଏହି ଔଷଧର ଗୋଟିଏ ଡୋଜ୍‌ର ମୂଲ୍ୟ ୬୩ ଲକ୍ଷ ଟଙ୍କା ରହିଥିବାବେଳେ ପୂର୍ବରୁ ଏହା ଉପରେ ୧୨ ପ୍ରତିଶତ ଆଇଜିଏସଟି ଲାଗୁ ହେଉଥିବା ବେଳେ ଏବେ କୌଣସି ଟ୍ୟାକ୍ସ ଆଦାୟ ନକରିବା ପାଇଁ ଜିଏସଟି କାଉନସିଲର ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.