ଗୁଜୁରାଟ ବିଧାନସଭା ନିର୍ବାଚନ: ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ଅସଦୁଦ୍ଦିନ ଓୱାଇସି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ତାଙ୍କର ତିନି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ତିନୋଟି ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ହିନ୍ଦୁ ପ୍ରାର୍ଥୀ ମଧ୍ୟ ଅଛନ୍ତି। ଓୱାଇସି କୌଶିକା ବେନ ପାରମାର ନାମକ ଜଣେ ମହିଳାଙ୍କୁ ଡାନିଲିମଡା ବିଧାନସଭା ଆସନରୁ ତାଙ୍କ ଦଳର ପ୍ରାର୍ଥୀ ଭାବରେ ମନୋନୀତ କରିଛନ୍ତି। ପ୍ରଥମ ଥର ପାଇଁ ଓୱାଇସିଙ୍କ ଦଳ ଗୁଜରାଟରେ ଜଣେ ହିନ୍ଦୁ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।

କୈଶିକା ବେନ୍ ପାରମାରଙ୍କ ସହ ଏଆଇଏମ୍ଆଇଏମ୍ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗୁଜୁରାଟ ଏଆଇଏମ୍ଆଇଏମ୍ ରାଜ୍ୟ ସଭାପତି ସାବୀର କବାଲିୱାଲାଙ୍କୁ ଜମାଲପୁର-ଖଡିଆ ବିଧାନସଭା ଆସନରୁ ଟିକେଟ୍ ଦେଇଛନ୍ତି। କଂଗ୍ରେସ ଦଳର ଇମ୍ରାନ ଖେଡାୱାଲା ବର୍ତ୍ତମାନ ଅହମ୍ମଦାବାଦ ସୀମାରେ ଅବସ୍ଥିତ ଏହି ଆସନରୁ ବିଧାୟକ ଅଟନ୍ତି। ଏହି ମୁସଲିମ-ଦଳିତ ସଂଖ୍ୟାଗରିଷ୍ଠ ଆସନରେ ସାବୀର କବାଲିୱାଲାଙ୍କୁ ଟିକେଟ ଦେବା ଓୱାଇସିଙ୍କ ଦଳ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

କୈଶିକା ବେନ୍ ପରମାର କିଏ ?

କୈଶିକା ବେନ୍ ପାରମାର ବର୍ତ୍ତମାନର ଏଆଇଏମ୍ଆଇଏମ୍ ର ମହିଳା ୱିଙ୍ଗ୍ ଅହମ୍ମଦାବାଦର ସଭାପତି, ଯିଏକି ଚଳିତ ବର୍ଷ ଶେଷରେ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡାନିଲିମ୍ଡା ଆସନରୁ ଓୱାଇସିଙ୍କ ଦଳ ଦ୍ୱାରା ଫିଲ୍ଡ କରାଯାଇଛି। ପୂର୍ବ ଅହମ୍ମଦାବାଦରେ ଅବସ୍ଥିତ ଡାନିଲିମ୍ଡାର ଶୈଲେଶ ପରମାର ଜଣେ କଂଗ୍ରେସ ବିଧାୟକ। ଏହି ବିଧାନସଭା ଆସନରେ ମୁସଲିମ ଏବଂ ଦଳିତ ଭୋଟର ସଂଖ୍ୟା ଅଧିକ। ଡାନିଲିମ୍ଡା ବିଧାନସଭା ଆସନ ଅନୁସୂଚିତ ଜାତି ପାଇଁ ଏକ ସଂରକ୍ଷିତ ଆସନ ।

Leave A Reply

Your email address will not be published.