ଓଡ଼ିଆ ନ୍ୟୁଜ୍: ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବାହାରିଲା ବନ୍ଧୁକ। କୁଦାନଗରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟର ଘଟଣା।ଗଣିତ ସାର୍ ଯାଞ୍ଚ କରିବାରୁ ଅଣ୍ଟାରୁ ବାହାରିଥିଲା ବନ୍ଧୁକ।ପ୍ରଧାନଶିକ୍ଷକଙ୍କ ଅଭିଯୋଗ ପରେ ବନ୍ଧୁକ ଜବତ କଲା ପୋଲିସ। ଜବତ ବନ୍ଧୁକକୁ ଫରେନ୍ସିକ ଟେଷ୍ଟ ପାଇଁ ପଠାଇଲା ପୋଲିସ।ଛାତ୍ରକୁ ସୁଧାର ଗୃହରେ ରଖି ତଦନ୍ତ କରୁଛି ପୋଲିସ।ନବମ ଶ୍ରେଣୀ ଛାତ୍ରଙ୍କ ପକେଟରେ ଥିଲା ବନ୍ଧୁକ । ଛାତ୍ରଙ୍କ ପକେଟ୍ରୁ ବନ୍ଧୁକ ବାହାରିବା ପରେ ସାରା ସ୍କୁଲରେ ପଡ଼ିଗଲା ଚହଳ । ସ୍କୁଲ ପିଲା ବି ହୋଇଗଲେ ଛାନିଆ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।
ତେବେ ଛାତ୍ର ଜଣଙ୍କ ସ୍କୁଲକୁ କାହିଁକି ଆଣିଥିଲେ ବନ୍ଧୁକ ? କ’ଣ ଥିଲା ତାଙ୍କ ଉଦ୍ଦେଶ୍ୟ ? କାହାକୁ ଡରାଇବା ପାଇଁ ବନ୍ଧୁକ ଆଣିଥିଲେ ନା’ ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ? ଏମିତି ଅନେକ ପ୍ରଶ୍ନ ଭିତରେ ପୋଲିସ ବନ୍ଧୁକଟିକୁ ଜବତ କରି ଫରେନ୍ସିକ୍ ତଦନ୍ତ ପାଇଁ ପଠାଇ ଦେଇଛି । ତେବେ ପୋଲିସର ତଦନ୍ତ ପରେ ଏହା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି । ନବମ ଶ୍ରେଣୀ ଛାତ୍ରଙ୍କ ପକେଟରୁ ବନ୍ଧୁକ ବାହାରି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।