ଓଡିଆ ନ୍ୟୁଜ୍(ବ୍ୟୁରୋ): ଲାଞ୍ଚ ନେଇ ଧରାପଡ଼ିଲେ କୋଟିପତି ଡାକ୍ତର । ଘରୁ ମିଳିଲା ନଗଦ ୧ କୋଟି ୧୨ ଲକ୍ଷ । ଭିଜିଲାନ୍ସ ଜାଲରେ ପୁରୀ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁକାନ୍ତ ଜେନା । ଜଣେ ରୋଗୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ।
ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳାଙ୍କ ସିଜରିଆନ ଡେଲିଭରି ପାଇଁ ଦାବି କରିଥିଲେ ୮ ହଜାର ଟଙ୍କା। ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଧରିଛି ଭିଜିଲାନ୍ସ। ଡାକ୍ତରଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଯାଞ୍ଚ କରିଥିଲା ଭିଜିଲାନ୍ସ ।
ଯାଞ୍ଚବେଳେ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ନଗଦ ଟଙ୍କା ଠାବ ଭିତରେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ସର୍ବାଧିକ । ଏବେ ବି ଡାକ୍ତରଙ୍କ ଘରେ ସର୍ଚ୍ଚ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ରୁଜୁ ହୋଇଛି ମାମଲା। ଭୁବନେଶ୍ୱର କଳାରାହଙ୍ଗ କସମୋ ଡୁପ୍ଲେକସରେ ଡାକ୍ତର ଜେନାଙ୍କ ଘର।