ବାଣୀବିହାର କ୍ୟାମ୍ପସ ପରିସର ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଣୀବିହାର କ୍ୟାମ୍ପସ ପରିସରରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତକଙ୍କ ମିଳିଛି ପରିଚୟ। ମୃତକଙ୍କ ନାମ ଉତ୍ତମ ନାୟକ, ବୟସ ୨୧ । ନିଜ ଘର ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡ ମକୁନ୍ଦପୁର, ବୋଲି ଜଣା ପଡ଼ିଛି । ସେ ତାଙ୍କ ପରିବାର ସହ ବାଣୀବିହାର କ୍ୟାମ୍ପସ ଭିତରେ ରୁହନ୍ତି । ଦିନ ମଜୁରିଆ ଭାବରେ କାମ କରନ୍ତି । କାଲି ରାତିରେ ଘରେ ଥିଲେ କିନ୍ତୁ ସକାଳୁ ଝୁଲନ୍ତା ଅବସ୍ଥା ରେ ମୃତ ଦେହ । କେମିତି ମୃତହେଲା ବୋଲି ପ୍ରଶ୍ନ କରିଛନ୍ତି କାଳିଆଙ୍କ ବାପା । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା ହୋଇଚି। ମୋ ପୁଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆ ଯାଇଛି ।

ଆଗରୁ ମୋ ପୁଅ କୁ ମାରିଦେବାକୁ ଧମକ ଦେଇଥିଲା ସନିଆ ଦାସ । ସନିଆ ଦାସ ହେଲା ମୋ ପୁଅର ସାଙ୍ଗ ବୋଲି କହିଛନ୍ତି ମୃତ ଉତ୍ତମ ଙ୍କ ବାପା । ସନିଆ ଦାସଙ୍କୁ ସନ୍ଦେହ କରି ସନିଆ ଙ୍କ ନାମରେ ସହିଦ୍ ନଗର ଥାନା ରେ fir ଦିଆ ଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଶବ ବ୍ୟବଚ୍ଛଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ନିଆଯାଇଛି । ସହିଦ୍ ନଗର ପୋଲିସ ଏହି ଘଟଣାକୁ ଗୁରୁତ୍ବ ନେଇ ତଦନ୍ତ କରୁଛି।

Leave A Reply

Your email address will not be published.