ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଲେଡି ଇଞ୍ଜିନିୟର ଶ୍ବେତ ଉତ୍କଳ କୁମାରୀ ମୃତ୍ୟୁର ୬ ଦିନ ନପୁରୁଣୁ ପୁଣି ଜଣେ ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଉଛି। ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ପ୍ରଜ୍ଞା ପାରମିତା ଧଳ।ବୟସ ୩୩ ବର୍ଷ, ଘର ଭାଗବତ ସନ୍ଧାନ ଅଞ୍ଚଳରେ। ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା ସୂଚନା
ସୂଚନାମୁତାବକ, ମୃତ ମହିଳା ଗତକାଲି ରାତିରେ ସପରିବାର ସହ ପଡୋଶୀ ଘରେ ଭୋଜି କରିଥିଲେ। ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ୍ ପହଁଚି ଛାନଭିନ ଆରମ୍ଭ କରିଛି। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ଏଭଳି ହୋଇଥିବା ନେଇ ଶୁଣିବାକୁ ମିଳୁଛି। ତେବେ ପ୍ରକ୍ରୁତ କଥା ଏଯାଏ ଜଣାପଡିନାହିଁ।