ଆଜିଠୁ ଆରମ୍ଭ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ସାରା ଦେଶ ପାଳୁଛି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ। ଦେଶ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏବେ ସାରା ଦେଶରେ ସ୍ୱତନ୍ତ୍ରତୀର ଅମୃତ ମହତ୍ସୋବ ପାଳମ କରାଯାଉଛି। ଶନିବାରଠୁ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଅଗଷ୍ଟ ୧୩ ରୁ୧୫ ପର୍ଯ୍ୟନ୍ତ ଦେଶର ପ୍ରତ୍ୟକ ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଉତ୍ସାହିତ କରାଯାଉଛି। ଦେଶ ସାରା ଦେଶରେ ଏହି ଅଭିଯାନ ଚାଲିବ। ଭାରତୀୟ ଜାତୀୟ ପତାକା(ତ୍ରିରଙ୍ଗା)ର ବ୍ୟବହାର ଓ ଉଡ଼ାଇବାର ନିୟମ ଆମ ସମସ୍ତଙ୍କର ଜାଣିବାର ଆବଶ୍ୟକତା ରହିଛି। ରାଷ୍ଟ୍ରୀୟ ଗୌରବର ଅପମାନ ନିବାରଣ ଅଧିନିୟମ ୧୯୭୧ ଓ ଭାରତୀୟ ଧ୍ୱଜ ସଂହିତା ୨୦୦୨ ଦ୍ୱାରା ତ୍ରିରଙ୍ଗାର ବ୍ୟବହାର ଓ ପ୍ରଦର୍ଶନ ନିୟନ୍ତ୍ରିତ ହୋଇଥାଏ।

ଭାରତୀୟ ଧ୍ୱଜ ସଂହିତା ୨୦୦୨ ଜାନୁଆରୀ ୨୬ରେ ସଂଶୋଧନ କରାଯାଇଥିଲା। ଏହି ସଂଶୋଧନ ଦ୍ୱାରା ନାଗରିକମାନଙ୍କୁ କେବଳ ସ୍ୱାଧୀନତା ଓ ସାଧାରଣତନ୍ତ୍ର ଦିବସ ଛଡ଼ା ପ୍ରତ୍ୟକ ଦିନ ନିଜ ଘର, କାର୍ଯ୍ୟାଳୟ, ଓ ସମସ୍ତ ସର୍ବସାଧାରଣ ସ୍ଥାନରେ ଜାତୀୟ ପତାକା ଉଡ଼ାଇବାକୁ ଅନୁମତି ମିଳିଥିଲା। କିନ୍ତୁ ନିୟମ ଅନୁସାରେ ଜାତୀୟ ପତାକାକୁ କିପରି ଉଡ଼ାଯିବ, ସେନେଇ ଥିବା ନିୟମକୁ ଅନୁପାଳନ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ ଲାଇନ ଅନୁସାରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ କୁହାଯାଇଛି।

Leave A Reply

Your email address will not be published.