ଓଡ଼ିଆ ନ୍ୟୁଜ୍: ଆଖି ବୁଜିଲେ ୩୨ ବର୍ଷୀୟ ହରିଶ ରାଣା। ୧୩ ବର୍ଷ କୋମାରେ ରହିବା ପରେ ଶେଷ ନିଶ୍ୱାସ ତ୍ୟାଗ କଲେ।ସୁପ୍ରିମକୋର୍ଟଙ୍କ ଅନୁମତି ପରେ କଢ଼ାଯାଇଥିଲା ଲାଇଫ୍ ସପୋର୍ଟ। ଭାରତରେ ପ୍ରଥମ ଥର ପାଇଁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିଲେ କୋର୍ଟ।ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।
ଭାରତରେ ପ୍ରଥମ ବ୍ୟକ୍ତି ହରିଣ ରାଣା, ଯାହାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହରିଶ ରାଣା ୧୩ ବର୍ଷରୁ ଅଧିକ ସମୟ କୋମାରେ ରହିବା ପରେ ଦିଲ୍ଲୀର ଏମ୍ସରେ ପ୍ରାଣ ହରାଇଛନ୍ତି । ମଙ୍ଗଳବାର (୨୪ ମାର୍ଚ୍ଚ, ୨୦୨୬) ଦିନ ରାଣା ଦିଲ୍ଲୀର ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଗତ ୧୩ ବର୍ଷ ଧରି ହରିଶ ଶଯ୍ୟାଶାୟୀ ହୋଇ ରହିଥିଲେ । ସେ ଯେମିତି ପାଲଟି ଯାଇଥିଲେ ଜୀଅନ୍ତା ଶବ । ଆଜି ସେ ତାଙ୍କ ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତ ହୋଇଛନ୍ତି ।