ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରର୍ଥୀ ହେବେ ହର୍ଷବର୍ଦ୍ଧନ ସିଂହ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୨୦୨୪ରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଯାହାକୁ ନେଇ ରାଜନୀତି ମଧ୍ୟ ଜୋରଦାର ହେବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ଆସୁଛି ଯେ, ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭାରତୀୟ-ଆମେରିକୀୟ ଇଞ୍ଜିନିୟର ହର୍ଷବର୍ଦ୍ଧନ ସିଂହ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି।ୟଟୁଇଟର୍‌ରେ ପୋଷ୍ଟ୍‌ କରିଥିବା ଭିଡିଓ ବାର୍ତ୍ତାରେ ୩୮ ବର୍ଷିୟ ସିଂହ କହିଛନ୍ତି ଯେ, ସେ ହେଉଛନ୍ତି ‘ଲାଇଫ୍‌ଲଙ୍ଗ୍‌ ରିପବ୍ଲିକାନ୍‌’ ଏବଂ ‘ଆମେରିକା ଫାଷ୍ଟ୍‌’ ରକ୍ଷଣଶୀଳ ସଦସ୍ୟ। ‘ନ୍ୟୁଜର୍ସି ରିପବ୍ଲିକାନ୍‌ ପାର୍ଟି’ର ରକ୍ଷଣଶୀଳ ଶାଖାକୁ ପୁନଃରୁଦ୍ଧାର କରିବା ନିମନ୍ତେ ସେ କାମ କରିଛନ୍ତି।

ଶୁକ୍ରବାର ଦିନ ଜାରି କରିଥିବା ୩ ମିନିଟ୍‌ର ଭିଡିଓରେ ସେ କହିଛନ୍ତି, ଅଳ୍ପ କେତେ ବର୍ଷ ‌ତଳେ ଘଟିଥିବା ପରିବର୍ତ୍ତନକୁ ବିପରୀତମୁଖୀ କରିବା ଏବଂ ଆମେରିକୀୟ ମୂ‌ଲ୍ୟବୋଧର ପୁନଃରୁଦ୍ଧାର ନିମନ୍ତେ ଆମର ବଳିଷ୍ଠ ନେତୃତ୍ବ ଆବଶ୍ୟକ। ତେଣୁ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦବୀ ନିମନ୍ତେ ହେବାକୁ ଥିବା ୨୦୨୪ ନିର୍ବାଚନରେ ଭାଗ ନେବା ପାଇଁ ‘ରିପବ୍ଲିକାନ୍‌ ପାର୍ଟି’ ତରଫରୁ ପ୍ରାର୍ଥୀ ହେଲି।

 

Leave A Reply

Your email address will not be published.