ଓଡ଼ିଆ ନ୍ୟୁଜ(ବ୍ୟୁରୋ): HDFC ବ୍ୟାଙ୍କର କର୍ମଚାରୀଙ୍କ ଅନଲାଇନ୍ ମିଟିଂରେ ଟାର୍ଗେଟ୍ ଫୁଲଫିଲ ହୋଇନଥିବାରୁ ବ୍ୟାଙ୍କର ବରିଷ୍ଠ ଉପସଭାପତି ପୁଷ୍ପଲ୍ ରାୟ କର୍ମଚାରୀଙ୍କୁ ଗାଳି ଗୁଲଜ୍ କରିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ସୋମି ଚକ୍ରବର୍ତ୍ତୀ ନାମକ ଜଣେ ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନରେ ଏହି ଭିଡିଓକୁ ସେୟାର କରିଛନ୍ତି।
https://twitter.com/BahlKanan/status/1665632067995029507?s=20
ବଙ୍ଗାଳୀ ଭାଷାରେ ଶ୍ରୀ ରୟ ସେମାନଙ୍କର କାର୍ଯ୍ୟ ସ୍ଥିତି ବିଷୟରେ ସବିଶେଷ ତଥ୍ୟ ନେବାବେଳେ ନିଜର ଅଧସ୍ତନ କର୍ମଚାରୀଙ୍କୁ ଗାଳି ଦେଉଥିବାର ଭିଡିଓରେ ଜଣାପଡ଼ିଛି। ଭିଡିଓରେ ରୟ ଜନ୍ ନାମକ ଜଣେ କର୍ମଚାରୀକୁ ଖରାପ ଭାଷାରେ ଗାଳି ଦେଉଥିବାର ନଜିର ଆସିଛନ୍ତି। ତେବେ ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଭାରତର ଏହି ଖରାପ ଟ୍ରେଣ୍ଡକୁ ସମାଲୋଚନା କରିଛନ୍ତି।