ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): 2030 ସୁଦ୍ଧା ରେ ରାଜ୍ୟରୁ ମୁକ୍ତ ହେବ ମ୍ୟାଲେରିଆ, ଫୋକସ ରେ ଦୁର୍ଗମ ଅଂଚଳ।ରାଜ୍ୟରେ 2030 ସୁଧା ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସଚେତନ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଁଚୁଛନ୍ତି ସ୍ୱାସ୍ଥ୍ୟ କର୍ମୀ। ଏହା ସହ ଫୋକସ ରେ ରହିଛି ଦୁର୍ଗମ ଅଂଚଳ।
ରାଜ୍ୟରେ 2030 ସୁଧା ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସଚେତନ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଁଚୁଛନ୍ତି ସ୍ୱାସ୍ଥ୍ୟ କର୍ମୀ। ଏହା ସହ ଫୋକସ ରେ ରହିଛି ଦୁର୍ଗମ ଅଂଚଳ। 2016 ମସିହାରେ ରାଜ୍ୟରେ ଅହେତୁକ ବୃଦ୍ଧି ପାଇଥିଲା ମ୍ୟାଲେରିଆ। ଯାହା 2016 ରେ 95 ପ୍ରତିସତ ରହିଥିବା ବେଳେ 2021 ମସିହାରେ ରାଜ୍ୟରେ 25 ହଜାର ରୁ 30 ହଜାର ଭିତରେ ରହିଥିଲା।
ଦୁର୍ଗମ ଅଂଚକରେ ମେଲେରିଆ ନିରାକରଣ ପାଇଂ ରାଜ୍ୟ ସରକାର ଜୋରଦାର କରୁଛନ୍ତି ପ୍ରସ୍ତୁତି। 2019 ଏବଂ 2020 ମସିହାରେ 6379 କେଶ ଚିନ୍ହଟ ହୋଇଥିବା ବେଳେ 7 ଜଣଙ୍କର ମୃତ୍ୟୁ ଘଟିଥିଲା।2021 ମସିହାରେ 0 ରୁ 1ବର୍ଷ ପିଲାଙ୍କର ମ୍ୟାଲେରିଆ 1 ପ୍ରତିସତ ଚିନ୍ହଟ ହୋଇଥିବା ବେଳେ 1 ରୁ 5 ବର୍ଷ ମଧ୍ୟରେ 14 ପ୍ରତିସତ, 5 ରୁ 9 ବର୍ଷ ମଧ୍ୟରେ 15 ପ୍ରତିସତ, 9 ରୁ 15 ବର୍ଷ ମଧ୍ୟରେ 16 ପ୍ରତିସତ ଓ 15 ରୁ ଉର୍ଦ୍ଧ ଲୋକଙ୍କୁ 54 ପ୍ରତୁସତ ମ୍ୟାଲେରିଆ ଚିନ୍ହତା ହୋଇଛନ୍ତି।
ବିଶେଷ ଭାବରେ ଦେଖିଲେ 2021 ମସିହାରେ ମାଲକାନଗିରି ରେ 21 ପ୍ରତିସତ, କଳାହାଣ୍ଡି ରେ 20 ପ୍ରତିସତ, କନ୍ଧମାଳ ରେ 17 ପ୍ରତିସତ, ରାୟଗଡା ରେ 11 ପ୍ରତିସତ କୋରାପୁଟ ରେ 9 ପ୍ରତିସତ , ନବରଙ୍ଗପୁର ସୁନ୍ଦରଗଡ ବୌଦ୍ଧ ରେ 3 ପ୍ରତିସତ, ନୟାଗଡ ଓ ଗଂଜାମ ରେ 2 ପ୍ରତିସତ ମ୍ୟାଲେରିଆ ଚିନ୍ହଟ ହୋଇଥିଲା।
ତେବେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି। ରାଜ୍ୟରେ ଦୁର୍ଗମ ଅଂଚଳରେ 24 ଟି ଜିଲ୍ଲା ରହିଛି। ମ୍ୟାଲେରିଆ ଲକ୍ଷଣ ଥିବା ଲୋକ ଆକ୍ରାନ୍ତ ଥିବା ପିଲାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛି। ମେଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ତାଲିମ ଦିଆଯାଉଛି।
ରାଜ୍ୟରେ 2014 ରେ ମ୍ୟାଲେରିଆ ରେ 89 ଜଣ ମୃତ୍ୟ ଘଟିଥିବା ବେଳେ 2015 ରେ 80, 2016 ରେ 77, 2017 ରେ 24, 2018 ରେ 3, 2019 ରେ 9, 2020 ରର 9 ଓ 2021 ମସିହାରେ 13 ଜନଙ୍କର ମୃତ୍ୟୁ ଘଟିଛି।
ରାଜ୍ୟରେ 48 ହଜାର ରୁ ଅଧିକ ଆଶା କର୍ମୀନ୍କ ସହ ଟେକ୍ନିକାଲ ଟାକ୍ସ ଫୋର୍ସ ମଧ୍ୟ ମ୍ୟାଲେରିଆ ନିରାକରଣ ପାଇଁ କାମ କରୁଛି। 2027 ସୁଦ୍ଧା ସାରା ରାଜ୍ୟରେ ମେଲେରିଆ ଠାରୁ ମୁକ୍ତି ପାଇବେ ରାଜ୍ୟବାସୀ। ମାଲେରିଆ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ବହୁ ଆଗେଇଛି ରହିଛି। ମେଲେରିଆ ର ଔଷଧ କମିଯାଇଛି। ପୂର୍ବ ବର୍ଷ ଅପେକ୍ଷାରେ ଅନେକ ମାତ୍ରାରେ ଔଷଧ କମାଇଯାଇଛି ବୋଲି କହିଛନ୍ତି ଔଷଧ ନିଗମ ର ନିର୍ଦେଶୀକା ଜାମିନି ଷଡଙ୍ଗୀ।
ଏପଟେ ଏନ ଏଚ ଏମ ର ନିର୍ଦେଶୀକା ସାଲିନି ପଣ୍ଡିତ କହିଛନ୍ତି ଯେ
5 ବର୍ଷରେ ଓଡିଶା ବହୁତ ପ୍ରଗତି କରିଛି। ଏହା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ମିଳିତ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଛି। ବିଶେଷ କରି ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଛାତ୍ର ଛାତ୍ରୀ ମାନେ ଭୂମିକା ଉଲ୍ଲେଖନିଅ ଅଟେ।
ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଆଗରେ ରହିଛି। ଗୋଟିଏ ଲକ୍ଷ ମେଲେରିଆ ଦୂରୀକରଣ। ସଂକଳ୍ପ ନେବାକୁ ହେବ ଯେ 2030 ସୁଧା ଯେପରିଭାବରେ ମ୍ୟାଲେରିଆ ଦୂରୀକରଣ ହୋଇପାରିବ। ସମସ୍ତେ ମିଳିତ ଭାବରେ କାମ କଲେ 2027 ରୁ 30 ସୁଦ୍ଧା ଦୂରୀକରଣ କରିପାରିବା ମ୍ୟାଲେରିଆ। ଏହା ମଧ୍ୟରେ ମ୍ୟାଲେରିଆ ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ କୁ ନେଇ 3 ଜିଲ୍ଲା ଏବଂ 3 ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ କରାଯାଇଛି ପୁରସ୍କୃତ।
ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ବଲାଙ୍ଗୀର ଓ କେନ୍ଦୁଝର।
ଏପଟେ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର କହିଛନ୍ତି ଯେ 2016 ମସିହାରେ ଯାହା ମ୍ୟାଲେରିଆ ରୋଗୀ ପ୍ରାୟ ହାରାହାରି 4 ଲକ୍ଷ ରୋଗୀ ଥିଲେ ଓଡ଼ିସାରେ। ଗତବର୍ଷ ମାତ୍ର 25 ହଜାର ରୋଗୀ ଚିନ୍ହଟ ହୋଇଛନ୍ତି। ଯେଉଁଠାରେ ମ୍ୟାଲେରିଆ ଚିନ୍ହଟ ହେଉଛନ୍ତି ସେଠାରେ ବର୍ଷକୁ 3 ଥର ଟେଷ୍ଟ ପାଇଁ କ୍ୟାମ୍ପ କରାଯାଉଛି। ଗାଁ ଗାଁ ରେ ନୂଆ ମସାରି ବଣ୍ଟା ଯାଉଛି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ।