ନୂଆବର୍ଷରେ କୋଭିଡ଼ ନିୟମ ନମାନିଲେ ଆସିପାରେ ବିପଦ, ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ନୂଆ ବର୍ଷ ପାଇଁ ପୁଣିଥରେ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ । କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ। ତେଣୁ ଗହଳିକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅଛି। ସେହି ଗାଇଡ ଲାଇନ କୁ ରାଜ୍ୟ ରେ ଅନୂପାଳନ କରାଯାଉଛି।
ଯେଉଁ ଠାରେ ଆନ୍ତର୍ଜାତୀୟ ବିମାନ ଆସୁଛି ସେଠାରେ କୋଭିଡ କଟକଣା ପାଳନ ହେଉଛି। ତେବେ ରାଜ୍ୟକୁ ଆନ୍ତର୍ଜାତୀୟ ବିମାନ ଆସୁନାହିଁ ତେଣୁ ଚିନ୍ତା କରିବା ଆବଶ୍ୟକତା ନାହିଁ ।

ଯେଉଁ ଠାରେ ଆନ୍ତର୍ଜାତୀୟ ବିମାନ ଆସୁଛି ସେଠାରେ ଟେଷ୍ଟ କରି ଯାହା ପାଜିଟିବ ଚିହ୍ନଟ ହେଉଛି ସେମାନଙ୍କୁ ସଂଗରୋଧ ରେ ରଖାଯିବା ସହ ଜିନମ ସିକ୍ୟୁର୍ଶିଂ କରାଯାଉଛି। ସବୁ ପାଜିଟିବ କୁ ଜିନମ ସିକ୍ୟୁର୍ଶିଂ କରାଯିବ। ଏଥିପାଇଁ ରାଜ୍ୟରେ ଅନେକ ପ୍ରସ୍ତୁତ ରହିଛି।

Leave A Reply

Your email address will not be published.