କାମ ଦେଉନି କି ରାଜ୍ୟ ସରକାରଙ୍କ ବିଦେଶୀ ପର୍ଯ୍ୟଟକ SOP, ଦୁଇ ଋଷିଆ ପର୍ଯ୍ୟଟକଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଦୁଇ ଋଷିଆ ପର୍ଯ୍ୟଟକଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି ।ତେବେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା SOP ଉଲ୍ଲଂଘନ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି।
2012 ମସିହାରେ 2 ଇଟାଲୀ ପର୍ଯ୍ୟଟକଙ୍କୁ କନ୍ଧମାଳ ଜିଲ୍ଲାରେ ମାଓବାଦୀ ଅପହରଣର କରି ନେଇଥିଲେ ।2 ଦିନ ଅପହରଣ କରି ରଖିବା ପରେ ଅପହୃତ ନିସର୍ତ୍ତ ଛାଡିଥିଲେ ।ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା.ଘଟଣାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଗାଇଡ଼ଲାଇନ ବା SOP ଜାରି କରାଯାଇଥିଲା।SOP ଅନୁଯାୟୀ…
ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ବିଦେଶୀ ପର୍ଯ୍ୟଟକ ବା ଗବେଷକ ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କୁ ଭେଟି ପାରିବେ ନାହିଁ ।

ଜିଲ୍ଲା ପ୍ରଶାସନର ଅନୁମତି ସହ ସ୍ଥାନୀୟ ପୋଲିସର ଅନୁମତି ନେବାକୁ ପଡିବ ।ଜିଲ୍ଲା ପ୍ରଶାସନର ଅନୁମତି ପ୍ରସ୍ତାବକୁ ଅନୁପାଳନକୁ ତଦାରଖ କରିବେ ସ୍ଥାନୀୟ ଥାନା ଅଧିକାରୀ । ଯଦି ଏହାର ଉଲ୍ଲଂଘନ ହୁଏ ତାହାଲେ ଆଇନ ଅନୁସାରେ ଅପରାଧିକ ମାମଲା ପର୍ଯ୍ୟଟକ, ଗାଇଡ଼ଙ୍କ ବିରୋଧରେ ହେବ ।

ଅନୁମତି ଲାଗି ସମ୍ପୃକ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ।ଆଦିବାସୀ ସମ୍ପ୍ରଦାୟର ସମ୍ମାନ ଓ ସାଂସ୍କୃତିକ ଭାବନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ନିର୍ଦ୍ଦେଶ ରଖିବେ ।

ଗସ୍ତର ଆବଶ୍ୟକତା ବା ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ କିଛି ଗାଁ କିମ୍ବା ଅଞ୍ଚଳକୁ ଯିବାକୁ ଅନୁମତି ମିଳିବ ।ପର୍ଯ୍ୟଟକଙ୍କ ସହ ପଛୁଆ ଜନଜାତି ସମୂହଙ୍କ ପ୍ରତିନିଧି ରହିବେ ।ଉକ୍ତ ଅଞ୍ଚଳକୁ ରାତ୍ରିକାଳୀନ ପରିଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ।ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ ହେବନାହିଁ ।ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କ ଘର ମଧ୍ୟକୁ ପର୍ଯ୍ୟଟକ ପ୍ରବେଶ ଅନୁମତି ମିଳିବ ନାହିଁ ।

ପର୍ଯ୍ୟଟକଙ୍କୁ ଅମୋଦିତ କରିବା ଲାଗି ବିଶେଷ ରୂପେ ପଛୁଆ ଜନଜାତି ସମୂହଙ୍କୁ ଅନୁମତି ମିଳିବ ନାହିଁ ।ପର୍ଯ୍ୟଟକଙ୍କୁ ଉକ୍ତ ଅଞ୍ଚଳରେ ପରିଭ୍ରମଣ କରାଇବାକୁ ହେଲେ ଟୁର୍‌ ଅରେଟର ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁବନ୍ଧିତ ହୋଇଥିବା ଆବଶ୍ୟକ ।

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ 4 ଜଣ ଋଷିଆ ପର୍ଯ୍ୟଟକ ରହୁଥିବା ନେଇ ସୂଚନା ପାଇଥିଲା କି ଜିଲ୍ଲା ପ୍ରଶାସନ ? ରୁଷିଆପର୍ଯ୍ୟଟକ ସମ୍ବେଦନଶୀଳ ଜନଜାତିଙ୍କୁ ଭେଟିବା ନେଇ ଚିତ୍ର ଅସ୍ପଷ୍ଟ ରହିଛି । ଜନଜାତିଙ୍କୁ ଭେଟି ସେମାନଙ୍କ ସହ ଫଟୋ ଉଠାଇଛନ୍ତି ନା ନାହିଁ, ଏହାର ତଥ୍ୟ ମିଳିପାରି ନାହିଁ । ଏ ବାବଦରେ ଜିଲ୍ଲା ପ୍ରଶାସନ ପାଖରେ ସୂଚନା ଅଛି ନା ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି ।

ତେବେ ସବୁଠୁ ବଡ କଥା ହେଉଛି କୋଟିପତି ସାଂସଦ କିଭଳି ଆସି ଓଡ଼ିଶାରେ ଦାରିଙ୍ଗବାଡି, ରାୟଗଡା ଆସି ରହିଲେ ଓ କେହି ଜାଣି ପାରିଲେ ନାହିଁ ତାହା ଆଶ୍ଚର୍ଯ୍ୟ କରିଛି। iB ଏହି ଦିଗକୁ ନେଇ କରୁଛି ଖୋଳତାଡ଼

Leave A Reply

Your email address will not be published.