ଓଡ଼ିଆ ନ୍ୟୁଜ୍: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ ଘୋଷଣା। କେନ୍ଦ୍ରାପଡାରେ ହେବ ମେଡିକାଲ କଲେଜ। ସରକାରୀ କାର୍ଯ୍ୟର ସମୀକ୍ଷା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ମନ୍ତ୍ରୀ ସୂଚନା ଦେଇଛନ୍ତି।
ସରକାରଙ୍କ ଟପ୍-୨୧ ଏଜେଣ୍ଡା ଭିତରେ ଏହା ସ୍ଥାନ ପାଇ ସାରିଛି। ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷେ ବିଭିନ୍ନ ଦାବି ନେଇ ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛନ୍ତି ବିରୋଧୀ।