ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୩ ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସର୍ବାଧିକ ବର୍ଷା ଜଗତସିଂହପୁର ଜିଲ୍ଲା ର ନୂଆଗାଁ ଓ ବାଲିକୁଦା ରେ ହୋଇଥିବା ରେକର୍ଡ କରାଯାଇଛି। ନୁଆଗାଁ ଠାରେ ସର୍ବାଧିକ ୭୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବାଲିକୁଦା ଠାରେ ୭୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ରେ ରାଜ୍ୟର ୩ ଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଓଡିଶା ଉପକୂଳର ଗୋଟିଏ ୨ ଟି ଜିଲ୍ଲା ସହ ମୟୁରଭଞ୍ଜ ଓ କେଉଁଝରରେ ପ୍ରବଳ ବର୍ଷା ହେବ।

ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର , ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ରେ ଥିବା ଅଞ୍ଚଳରେ ବାୟୁମଣ୍ଡଳ ର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସ୍ରୁଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୭ ତାରିଖରୁ ଉତ୍ତର ଉପକୂଳ ଓଡିଶାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ। ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଆସନ୍ତା ୧୬ ତାରିଖରେ ଭୂବନେଶ୍ୱର ରେ ହେବାକୁ ଥିବା ଏୟାରଶୋ ସମୟ ରେ ଆକାଶ ସଫା ରହିବ। କୌଣସି ଅସୁବାଧା ହେବ ନାହିଁ ଏୟାରଶୋ ରେ। କିନ୍ତୁ ପୁରୀ ଏୟାରଶୋ ସଂପର୍କ ରେ ଏବେଠୁ କିଛି କୁହାଯାଇପାରିବ ନାହିଁ।

Leave A Reply

Your email address will not be published.