୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଏବଂ ଅଧିକ ଘନୀଭୂତ ହୋଇ ୨୬ ତାରିଖ ବେଳକୁ ଅବପାତ ର ରୂପ ନେବାର ସମ୍ଭାବନା।୨୫ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା। ଭିଜିବ ସାରା ଓଡ଼ିଶା।ଏଥିସହ ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଓ ଉପକୁଳ ଓଡ଼ିଶାରେ ପଡ଼ିବ ପ୍ରଭାବ। ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ରାୟଗଡ଼ା, ଗଜପତି ଓ ଗଞ୍ଜାମ ରେ ପ୍ରବଳ ବର୍ଷା ନେଇ yellow warning ଜାରି କରାଯାଇଛି। ଆସନ୍ତାକାଲି ଠୁ ବଢିବ ବର୍ଷା।

ଆସନ୍ତାକାଲି ପାଇଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ହେବା ନେଇ ୬ ଜିଲ୍ଲାକୁ ଅରେଞ୍ଜ୍ ୱର୍ଣୀଙ୍ଗ ଜାରି କରାଯାଇଥିବା ବେଳେ ୯ ଜିଲ୍ଲାକୁ ୟେଲ୍ଲୋ ୱର୍ଣୀଙ୍ଗ ଜାରି କରାଯାଇଛି । ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ସେହି ସମୟରେ ପବନର ୪୫ ରୁ ୫୫ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ୨୫ ତାରିଖ ରୁ ୨୭ ତାରିଖ ମଧ୍ୟରେ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ।

ଏଥିସହ ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ ଆଜି ୨୪ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୮ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାଵିକ ବର୍ଷା ୪୬୬.୭ ମିମି ତୁଳନାରେ ୧୩ ପ୍ରତିଶତ କମ ରହିଛି ଯାହାକି ସ୍ୱଭାବିକ ପରିସର ଭୁକ୍ତ ।ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିମି ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.