କାଲିଠାରୁ ପ୍ରବଳ ବର୍ଷିବ: ଆସନ୍ତାକାଲି ପାଇଁ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସୃଷ୍ଟି ହେଲା ଲଘୁଚାପ ଆସନ୍ତା ୪୮ ଘଣ୍ଟା ରେ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପ ରେ ପରିଣତ ହେବ । ଏହାର ପ୍ରଭାବରେ ଆଜି ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ।୧୦ ଏବଂ ୧୧ ତାରିଖରେ ସର୍ବାଧିକ ପ୍ରଭାବ । ୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ୧୦ ଜିଲ୍ଲାକୁ ପ୍ରବଳ ରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଜାରି।

ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଇଛି ଲଘୁଚାପ କ୍ଷେତ୍ର, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ
ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ସୁଦୃଶଃ ଲଘୁଚାପ କ୍ଷେତ୍ର ରେ ପରିଣତ ହେବା ସମ୍ଭାବନା । ଏହାର ପ୍ରଭାବ ରେ ଆଜି ଉପକୂଳ ସମେତ, ଦକ୍ଷିଣ ଓଡ଼ିଶାରେ ବର୍ଷିବ । ୧୦ ତାରିଖ ଓ ୧୧ ତାରିଖ ରେ ବର୍ଷାର ପରିମାଣ ବଢିବା ସହ ରାଜ୍ୟରେ ୭ ସେମିରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବ ସମ୍ଭାବନା ରହିଛି ।
ଆଜି ୧୦ ଜିଲ୍ଲାକୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ,କନ୍ଧମାଳ, ଗଜପତି, ଗଞ୍ଜାମ ,ଖୋର୍ଦ୍ଧା, ପୁରୀ ରେ ପ୍ରବଳ ବର୍ଷା ପାଇଁ ସୁଚନା ଜାରି କରାଯାଇଛି। ଆସନ୍ତା କାଲି ପାଇଁ ୪ ଜିଲ୍ଲା କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି।

୧୦ ତାରିଖ ରୁ ବର୍ଷା ର ବିସ୍ତୃତି ବଢ଼ିବ, ୧୧ ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ପାଇଁ ଆରେଞ୍ଜ ୱାର୍ଣ୍ଣୀ ଜାରି କରାଯାଇଛି। ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୧୧ ତାରିଖରେ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି ହୋଇଛି ।

ଲଘୁଚାପ ପ୍ରଭାବରେ ଦକ୍ଷିଣଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ରେ ଝଡ ସହ ପବନ ବହିବା ର ସମ୍ବାବାନା ରହୁଛି । ପବନ ର ବେଗ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ରହିଛି ତେଣୁ ମତ୍ସ୍ୟ ଯିବି ମାନଙ୍କୁ ଆସନ୍ତା ୯ ଓ ୧୧ ତାରିଖରେ ସମୁଦ୍ର ଭିତର କୁ ଯିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଓ ପାହାଡିଆ ଅଞ୍ଚଳରେ ଭୁସ୍କଳନ ହେବାର ସମ୍ଭାବନା ରହିଛି ତେଣୁ ସତର୍କ ସୂଚନା ଜାରିକରାଯାଇଛି।

ଚଳିତ ବର୍ଷ ଜୁନ 1 ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ରାଜ୍ୟ ରେ ୧୦୧୫.୮ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ୯୯୨.୭ ମି ତୁଳନାରେ ୨ ପ୍ରତିଶତ ଅଧିକ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ ର ନବରଙ୍ଗପୁର ର ଡ଼ାବୁ ଗାଁ ଠାରେ ୪୮.୨ ମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଏ ଲଘୁଚାପ ଆଣୁଛି ବଡ ବର୍ଷା 10 ରୁ 12 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ରେ ପ୍ରବଳ ବାର୍ଷିବ ବୋଲି ଆଗୁଆ ଆକାଲନ କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.