ଓଡ଼ିଆ ନ୍ୟୁଜ୍: କଟକରେ ପ୍ରବଳ ବର୍ଷା, ଭାଙ୍ଗିଲା କଲେଜ ଛକ ଲାଇଟ୍ ଗେଟ୍।ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା।କାହାର କିଛି କ୍ଷତି ହୋଇନି ସୂଚନା। ସେହିପରି ବର୍ଷରେ ଭାଙ୍ଗିଲା କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା; ୩ ଆହତ।ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲା ବେଳେ ଅଘଟଣ। ଆହତ ୩ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର ସୂଚନା।
ମିଳିଥିବା ସୂଚନାଅନୁଯାୟୀ, ଦୁର୍ଗା ପୂଜା ମହାନବମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ୩୧ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଥିଲା। ମଧ୍ୟାହ୍ନ ସମୟରେ ପ୍ରାୟ ଅଧଘଣ୍ଟା ଧରି ବର୍ଷା ହେବାରୁ ପ୍ରଥମେ କଲେଜ ଛକ ପୂଜା କମିଟି ନିକଟରେ ଥିବା ଗୋଟିଏ ଲାଇଟ ଗେଟ ଭାଙ୍ଗି ଯାଇଥିଲା। ଏହାସହ ବର୍ଷା ଯୋଗୁ ରାଜବାଗିଚା ସର୍ବୋଦୟପୁର ପୂଜା କମିଟିର ପାରାପିଟ୍ସରେ ପାଣି ଜମିବାରୁ ପାରାପିଟ୍ସଟି ଭାଙ୍ଗି ଯାଇଥିଲା। ତେବେ କଟକରେ ଦୁର୍ଗା ପୂଜା ସମୟରେ ଏଭଳି ଘଟଣା ଘଟିବା ଚିନ୍ତାର ବିଷୟ ପାଲଟିଛି।