ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ୱାର୍ଡ଼ରେ କର୍ପୋରେଟର ପ୍ରାର୍ଥୀ ମାନେ ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ସହ ଦଳରୁ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ଛିଡା ହୋଇଥିବା ପ୍ରାର୍ଥୀ ମାନେ ପ୍ରଚାରରେ କୌଣସି ପ୍ରକାରେ ପଛରେ ପଡି ନାହାଁନ୍ତି। ଯେନତେନ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନବୀନ ପଟ୍ଟନାୟକ ଜିନ୍ଦାବାଦ କରିବା ସହ ନବୀନଙ୍କ ସଫଳତାର ଗୁଣଗାନ କରୁଛନ୍ତି। ଆଉ ହାତରେ ରହିଲା ଦୁଇଟି ଦିନ। ତେଣୁ ସମୟକୁ ନଷ୍ଟ ନ କରି ଘର ଘର ବୁଲି ପ୍ରତି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥୀ
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସାଙ୍ଗକୁ ମିଶ୍ରଣ ପର୍ବ ମଧ୍ୟ ସେତିକି ବଢୁଛି। ୱାର୍ଡ ପରେ ୱାର୍ଡ ବୁଲୁଛନ୍ତି ହେଭି ୱେଟ ନେତା। କଟକ ମହାନଗର ନିଗମର ୧୧ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଆୟୋଜିତ ହେଉଛି। ଏହି ବୈଠକରେ ଉପସ୍ଥିତ ଅଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ବରିଷ୍ଠ କ୍ରୀଡା ସଙ୍ଗଠକ ଆଶ୍ରିବାଦ ବେହେରା।