ଭୁବନେଶ୍ୱର ତମାଣ୍ଡୋରେ ଗର୍ଜିଲା ଗୁଳି, ଜଣେ ଆହତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୁଣି ରାଜଧାନୀ ଭୁବନେଶ୍ୱରରେ ଗର୍ଜିଲା ଗୁଳି।ତମାଣ୍ଡୋ ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗୁଳିମାଡ଼ । ଗାଡି ମରାମତିକୁ ନେଇ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳି ମାଡ଼ରେ ଜଣେ ଆହତ ହୋଇଛନ୍ତି । ଏହି ଘଟଣାରେ ୫ ଜଣକୁ ଅଟକ ରଖିଛି ପୋଲିସ । ଏହି ୫ ଅଭିଯୁକ୍ତଙ୍କ ନାଁରେ ବିଭନ୍ନ ଥାନାରେ ରହିଛି ଅପରାଧୀକ ମାମଲା ।

ଘଟଣା ସ୍ଥଳରେ ତମାଣ୍ଡ ଥାନା ପୋଲିସ ଓ ଜୋନ୍ ଏସିପି ପହଂଚି ତଦନ୍ତ କରୁଛନ୍ତି । ଅଟକ ହୋଇଥିବା ୫ ଅଭିଯୁକ୍ତ ହେଲେ ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ, ସର୍ବେଶ୍ୱର ସେଠ ଏମାନେ  ହେଲେ ନୟାଗଡ଼ ଅଞ୍ଚଳର । ରାଜେଶ କୁମାର ବିଲା ଖୋର୍ଦ୍ଧା ଅଞ୍ଚଳର ଓ ଚିତ ରଞ୍ଜନ ମଲ୍ଲିକ ଆଳି ଅଞ୍ଚଳର । ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଁଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.