ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ଅଯୋଧ୍ୟାରୁ ଆରମ୍ଭ ହେଲା ହେଲିକପ୍ଟର ସେବା । ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି । ସକାଳୁ ସକାଳୁ ହେଲିକପ୍ଟରର ପୂଜାର୍ଚ୍ଚନା କରାଯାଇଥିଲା । ଅଯୋଧ୍ୟାର ସରଜୁ ନଦୀ କୂଳରେ ଉଡାଣ ଭରି ସୁନ୍ଦରତା ଉପଭୋଗ କରିପାରିବେ ପର୍ଯ୍ୟଟକ । ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ । ଏଥିଲାଗି ପ୍ରତି ପର୍ଯ୍ୟଟକଙ୍କୁ ଲାଗି ୩ ହଜାର ଟଙ୍କା ଟିକେଟ ରହିଛି । ହେଲିକପ୍ଟର ଯାତ୍ରା ୭ରୁ ୮ ମିନିଟ ରହିବ । ଏକାଥରକେ ୮ ଜଣ ପର୍ଯ୍ୟଟକ ହେଲିକପ୍ଟରରେ ଯାତ୍ରା କରିପାରିବେ । ରାମ ନବମୀ ଅବସରରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି ।

ଭଗବାନ ରାମ ଚୈତ୍ର ଶୁକ୍ଲ ନବମ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ଆଜି ମାର୍ଚ୍ଚ ୩୦, ୨୦୨୩ ଗୁରୁବାର ଦିନ, ରାମ ନବମୀ ମହାପର୍ବଙ୍କୁ ସମଗ୍ର ଦେଶରେ ପାଳନ କରାଯାଉଛି। ପ୍ରଭୁ ରାମଙ୍କ ଜନ୍ମ ବାର୍ଷିକୀକୁ ସ୍ୱତନ୍ତ୍ର କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏହା ସହିତ ଏହି ଦିନ ୯ ଦିନିଆ ନବରାତ୍ରୀ ଉପବାସ ପାଳନ କରାଯାଏ। ହଓ୍ୱନ ଏବଂ କନ୍ୟା ପୂଜନ ବେଶ ଆକର୍ଷଣୀୟ ରହିଥାଏ। ଏଥର ରାମ ନବମୀ ଉପରେ ଗ୍ରହ ନକ୍ଷତ୍ରଗୁଡିକର ଏକ ଅତ୍ୟନ୍ତ ଶୁଭ ସଂଯୋଗ ଘଟୁଛି, ଯାହା ଫଳରେ ଜ୍ୟୋତିଷଙ୍କ ମତରେ ବେଶ ଖାସ ରହିଛି। ଆଜି ରାମନବମୀ ଅବସରରେ ଏକାଧିକ ମହାସଂଯୋଗ ଘଟୁଛି। ଆଜି ସୂର୍ଯ୍ୟ ବୁଧ ଓ ଗୁରୁ ମୀନ ରାଶିରେ ଅବସ୍ଥାନ କରୁଛନ୍ତି। ସେହିପରି ଶନିଙ୍କ ସ୍ୱରାଶି କୁମ୍ଭରେ ପ୍ରବେଶ କରୁଛନ୍ତି। ଏହା ବ୍ୟତୀତ ଶୁକ୍ର ଓ ରାହୁ ମେଷ ରାଶିରେ ଅବସ୍ଥାନ କରିଛନ୍ତି। ସେଥି ପାଇଁ ଏହି ସ୍ବତନ୍ତ୍ର ଦିନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି। ଏଥିଲାଗି ପ୍ରତି ପର୍ଯ୍ୟଟକଙ୍କୁ ଲାଗି ୩ ହଜାର ଟଙ୍କା ଟିକେଟ ମୂଲ୍ୟ ରହିଛି । ହେଲିକପ୍ଟର ଯାତ୍ରା ୭ରୁ ୮ ମିନିଟ ରହିବ । ଏକାଥରକେ ୮ ଜଣ ପର୍ଯ୍ୟଟକ ହେଲିକପ୍ଟରରେ ଯାତ୍ରା କରିପାରିବେ ।

ବିଶ୍ୱାସ କରାଯାଏ ଯେ ଭଗବାନ ରାମ ଏହି ଦିନ ଜନ୍ମ ହୋଇଥିଲେ। ଭଗବାନ ରାମଙ୍କର ଏହି ଜନ୍ମ ତାରିଖ ରାମାୟଣ ଏବଂ ରାମଚରିତ ମାନସ ପରି ସମସ୍ତ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଭଗବାନ ରାମ ଏବଂ ରାବଣ ମଧ୍ୟରେ ହୋଇଥିବା ଯୁଦ୍ଧର କାହାଣୀ ନବତ୍ରୀ ସହିତ ଜଡିତ। କୁହାଯାଏ ଯେ ଯେତେବେଳେ ମର୍ଯ୍ୟାଦା ପୁରୁଷ ରାମ ମାତା ସୀତାଙ୍କୁ ଶ୍ରୀଲଙ୍କାଠାରୁ ଫେରାଇ ଆଣିବା ପାଇଁ ଯୁଦ୍ଧ କରୁଥିଲେ। ସେତେବେଳେ ସେ ଦେବୀ ଦୁର୍ଗାଙ୍କ ପୂଜା କରିଥିଲେ। ଯାହାକି ନଅ ଦିନ ଧରି ଚାଲିଥିଲା। ମାତା ଦୁର୍ଗା ଭଗବାନ ଶ୍ରୀରାମଙ୍କୁ ବିଜୟର ଆଶୀର୍ବାଦ ଦେଇଥିଲେ। ଏହା ପରେ ପ୍ରଭୁ ଶ୍ରୀରାମ ରାବଣଙ୍କୁ ନିହତ କରି ଲଙ୍କାରେ ବିଜୟ ବାନା ଉଡ଼ାଇଥିଲେ।