ମହମ୍ମଦ ମୋକିମଙ୍କୁ ଆସ୍ୱସ୍ତି: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହମ୍ମଦ ମୋକିମଙ୍କୁ ଓଡିଶା ହାଇକୋର୍ଟଙ୍କ ବଡ଼ ଆସ୍ୱସ୍ତି। ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଦେଇଥିବା ବେଳେ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ଜଷ୍ଟିସ ବି ପି ରାଉତରାୟଙ୍କ ଖଣ୍ଡପୀଠ। ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଣ୍ଡାଦେଶ ପରେ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ମୋକିମ କରିଥିବା ଆବେଦନର ଶୁଣାଣି ଗତ ୧୩ ତାରିଖରେ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ।

ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ମୋକିମ। ଗତ ୧୦ ତାରିଖରେ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମ ଙ୍କୁ ଜାମିନ ପ୍ରଦାନ କରିଥିଲେ। ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ଯାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ।ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ସେଦିନ ଜଵାଵ ରଖିଵାକୁ ପ୍ରତିପକ୍ଷ ସମୟ ମାଗିଥିବା ବେଳେ ଗତ ୧୩ ତାରିଖ ଅପରାହ୍ନ ୨ଟାରେ ମାମଲାର ଶୁଣାଣି ହୋଇଥିଲା।

ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନେଇ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଜ ରାୟକୁ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ। ସୂଚନାଯୋଗ୍ୟ ଓ ଆର ଏଚ ଡି ସି ମାମଲାରେ ମୋକିମଙ୍କୁ ୩ଵର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ। ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ। ଓଡିଶା ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩ ଫେବୃଆରୀ ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି।ମହମ୍ମଦ ମୋକିମଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ

Leave A Reply

Your email address will not be published.