ଜଗତପୁରରୁ ବେଆଇନ ବାଣ ଗୋଦାମ ଉପରେ ଚଢାଉ, ବିପୁଳ ପରିମାଣର ବାଣ ଜବତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ ଜଗତପୁର ଆଇ ଆଇସି ରବିନ୍ଦ୍ର ନାଥ ମେହେରଙ୍କ ତତ୍ୱବଧାନରେ ଆଜି ସାଲେପୁର ବ୍ଲକର ତ୍ରିଲୋଚନପୁର. ଚମ୍ପତି. ପଦ୍ମପୁର ଗାଁ ରେ ଚଢ଼ାଉ କରି ବହୁ ପରିମାଣରେ ବାଣ ତାଳ ଫୋଟକା, ଘରି, ହାବିଳି,ଶୂନଫୋଟକା, ଫୁଲଝରି, ଛୋଟ ଗଡ଼ମା,ବଡ଼ ଗଡ଼ମା ଆହୁରି ବିଭିନ୍ନ ବାଣ ସବୁ ଜବତ କରାଯାଇଛି ।

ଏଥି ସହିତ ବାରୁଦ ମଧ୍ୟ ଜବତ କରାଯାଇଛି ।ବିଭିନ୍ନ ଅଞ୍ଚଳ ବା ଜିଲ୍ଲା ବାହାରୁ ଲୋକମାନେ ଏହି ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁ କୁ ବାଣ  କିଣିବାକୁ ଆସିଥାନ୍ତି, ଏଠାକାର ଘରେ ଘରେ ଦେବାଲି ପାଇଁ ବାଣ ତିଆରି କରାଯାଏ କିନ୍ତୁ କାହାର ବାଣତିଆରି ପାଇଁ ଲାଇସେନ୍ସ ନଥାଏ ସେଥିପାଇଁ ଆଜି ବିଳମ୍ବିତ ରାତିରେ ଏହି ଗ୍ରାମମାନଙ୍କରେ ଚଢ଼ାଉ କରି ବିପୁଳ ବାଣ ଜବତ କରିଛି ଓ ୬ ଜଣଙ୍କୁ ଅଟକ ରଖିଛି। ଆଗାମୀ ଦିନରେ ବିନା ଲାଇସେନସରେ ବାଣ ବିକ୍ରୀ ସ୍ଥାନ ମାନଙ୍କରେ ଚଢୋଉ ଜାରି ରହିବ ବୋଲି ଜଗତପୁର ଆଇଆଇସି ରବିନ୍ଦ୍ର ନାଥ ମେହେର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.