ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ହିଜାବ ଶୁଣାଣି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତା ସପ୍ତାହରେ ହେବ ହିଜାବ ବିବାଦର ଶୁଣାଣି । ଏନେଇ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କର୍ଣ୍ଣାଟକ ଶୈକ୍ଷଣିକ ସଂସ୍ଥାନରେ ହିଜାବ ବନ୍ଦ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରିବେ ବୋଲି କହିଛନ୍ତି । ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ହିଜାବ ବିବାଦକୁ ନେଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନଷ୍ଟ ହେଉଥିବା ଦର୍ଶାଇ ଶୀଘ୍ର ବିଚାର କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଛନ୍ତି ।

ଏହା ଉପରେ ବୁଧବାର ବିଚାରପତି ଏନ ଭି ରମନା ଏବଂ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ଓକିଲ ଦେଇଥିବା ଦସ୍ତାବିଜ ଉପରେ ଧ୍ୟାନ ଦେଇ କହିଛନ୍ତି, ମାମଲାର ଯାଚିକା ଗତ ୧୫ ମାର୍ଚ୍ଚରେ ଦାଖଲ ହୋଇଥିଲା, ଯାହାକି ବହୁ ସମୟ ନେଲାଣି ଏବଂ ଏହାଉପରେ ଏପର୍ୟ୍ୟନ୍ତ ଶୁଣାଣି ହୋଇନାହିଁ । ଏଥିପାଇଁ ଆସନ୍ତା ସପ୍ତାହରେ ଶୁଣାଣି କରିବା ପାଇଁ କହିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ହାଇକୋର୍ଟ କର୍ଣ୍ଣାଟକ ସ୍କୁଲ-କଲେଜରେ ହିଜାବ ପିନ୍ଧିବା ନେଇ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ହିଜାବକୁ ସମର୍ଥନ ଜଣାଇ ମୁସଲିମ ଯୁବତୀ ସମେତ ଅନ୍ୟ ୮ ଜଣ ଦେଇଥିବା ଆବେଦନ ପତ୍ରକୁ ଖାରଜ କରିଦେଇଥିଲେ । ଏହାପରେ ଆବେଦନକାରୀ ଗତ ୧୫ ମାର୍ଚ୍ଚରେ ହିଜାବ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେଣୁ ଏହି ବହୁ ବିବାଦୀୟ ହିଜାବ ମାମଲା ଉପରେ ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

 

Leave A Reply

Your email address will not be published.