ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ହିମନ୍ତ ବିଶ୍ୱଶର୍ମା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶେଷ ପର୍ଯ୍ୟାୟ ନିର୍ବାଚନ, ଶେଷ ପର୍ଯ୍ୟାୟ ପ୍ରଚାର । ମୈଦାନରେ ହେଭିଓ୍ବେଟ୍ ନେତା ଏବଂ ତାଙ୍କ ପାଇଁ କ୍ୟାମ୍ପେନର ମଙ୍ଗ ଧରିଛନ୍ତି ଷ୍ଟାର୍‌ ପ୍ରଚାରକ। ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ।

ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା।  ଆଜି ଏବଂ ମଙ୍ଗଳବାର ୮ଟି ସ୍ଥାନରେ ପ୍ରଚାର କରିବେ। ମଙ୍ଗଳବାର ରାଇରଙ୍ଗପୁର , ମୋରଡା, ସୋର ଏବଂ ଜଗତସିଂହପୁରରେ ହିମନ୍ତଙ୍କର ଜନସଭା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଆଜି ଏବଂ ମଙ୍ଗଳବାର କେନ୍ଦ୍ରାପଡା ଏବଂ ଭଦ୍ରକରେ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

ଓଡ଼ିଶାରେ ପୁଣି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି। ଏହାପରେ ସାଢ଼େ ଗୋଟାଏରେ ବାଲେଶ୍ୱରରେ ଏବଂ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.