ଜାମିନ ଅବଧି ବୃଦ୍ଧି ପାଇଁ କେଜ୍ରିଓ୍ବାଲଙ୍କ ଆବେଦନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଜାମିନକୁ 7 ଦିନ ବୃଦ୍ଧି କରିବାକୁ ସେ ଆବେଦନ ପତ୍ରରେ ଦର୍ଶାଇଛନ୍ତି ।  ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ବ ବିଷୟରେ ଉଲ୍ଲେଖ କରି କେଜ୍ରିୱାଲ ୭ କିଲୋଗ୍ରାମ ଓଜନ ହ୍ରାସ ହେବା ଏବଂ କେଟୋନ୍ ସ୍ତର ବୃଦ୍ଧି ପରେ ପିିଇଟି-ସିଟି ସ୍କାନ୍ ସମେତ ଡାକ୍ତରୀ ପରୀକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରି ଏହି ଆବେଦନ କରିଛନ୍ତି।

ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। ମ୍ୟାକ୍ସ ହସ୍ପିଟାଲର ଡାକ୍ତରୀ ଦଳ ପ୍ରାଥମିକ ପରୀକ୍ଷା କରିସାରିଛନ୍ତି। ଏହି ପରୀକ୍ଷା ତାଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଇନ ପରାମର୍ଶଦାତା ଯୁକ୍ତି ବାଢ଼ିଛନ୍ତି ଏବଂ ଆବଶ୍ୟକ ଡାକ୍ତରୀ ପରୀକ୍ଷା ପାଇଁ କୋର୍ଟଙ୍କୁ ଜାମିନ ଅବଧି ବୃଦ୍ଧି ପାଇଁ ନିବେଦନ କରିଛନ୍ତି। ଆପ ଦଳର କହିବା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ତାଙ୍କର ଓଜନ 7 କିଲୋଗ୍ରାମ ହ୍ରାସ ପାଇଛି ଏବଂ ତାଙ୍କ କିଟୋନ ସ୍ତର ଅଧିକ ରହିଛି । ଯାହା କିଛି ଗୁରୁତର ରୋଗର ସଙ୍କେତ ଦେଇପାରେ।

ଡାକ୍ତରମାନେ କେଜ୍ରିଓ୍ବାଲଙ୍କୁ ପୋଜିଟ୍ରନ୍ ଏମିସନ୍ ଟମୋଗ୍ରାଫି ଏବଂ କମ୍ପ୍ୟୁଟେଡ୍ ଟମୋଗ୍ରାଫି (PET-CT) ସ୍କାନ୍ ଏବଂ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଥିପାଇଁ କେଜ୍ରିୱାଲ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଜେଲରୁ ବାହାରିବା ପରେ ଲୋକସଭା ନିର୍ବାଚନକୁ ନେଇ ଦିଲ୍ଲୀରେ ପ୍ରଚାର କରିଥିଲେ କେଜ୍ରିଓ୍ବାଲ । 23 ଦିନିଆ ଅନ୍ତରୀଣ ଜାମିନ ଶେଷ ହେବା ପରେ ଆସନ୍ତା 2 ତାରିଖରେ ଆତ୍ମସମର୍ପଣ ହେବାକୁ ନିର୍ଦ୍ଦେଶ ରହିଛି । ଏହାପ ପୂର୍ବରୁ ସେ ଜାମିନ ଅବଧି ବଢାଇବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି ।

Leave A Reply

Your email address will not be published.