ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୁଜୁରାଟର ରାଜକୋଟସ୍ଥିତ ଟିଆରପି ସପିଂ ମଲ୍ ଭିତରେ ଥିବା ଏକ ଗେମିଂ ଜୋନରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୮ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ଗୁଜୁରାଟ ହାଇକୋର୍ଟ ରାଜକୋଟ ମ୍ୟୁନିସିପାଲିଟି କର୍ପୋରେସନ ଅଧିକାରୀଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି |ସୋମବାର ଦିନ ଗୁଜୁରାଟ ହାଇକୋର୍ଟ ରାଜକୋଟ ମ୍ୟୁନିସିପାଲିଟି କର୍ପୋରେସନକୁ ଅଗ୍ନିକାଣ୍ଡକୁ ନେଇ ପ୍ରଶ୍ନ କରିଛନ୍ତି।

ଜଷ୍ଟିସ ବିରେନ ବୈଷ୍ଣବ ଏବଂ ଜଷ୍ଟିସ ଦେବନ ଦେଶାଇଙ୍କୁ ନେଇ ଏକ ସ୍ୱତନ୍ତ୍ର ବେଞ୍ଚ ରାଜ୍ୟ ଯନ୍ତ୍ରପାତି ଉପରେ ବିଶ୍ବାସ ଅଭାବ ଦର୍ଶାଇ ପୂର୍ବ କୋର୍ଟ ଅର୍ଡର ସତ୍ତ୍ବେ କିପରି ଏଭଳି ହେଲା ବୋଲି ପ୍ରଶ୍ନ କରିଛନ୍ତି।  ରାଜକୋଟ ମ୍ୟୁନିସିପାଲ କର୍ପୋରେସନର ଦୁଇଜଣ ଅଧିକାରୀ, ସହକାରୀ ଯନ୍ତ୍ରୀ ଜୟଦୀପ ଚୌଧୁରୀ ଏବଂ ଟାଉନ ପ୍ଲାନର୍ ଗୌତମ ଯୋଶୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସଡକ ଓ ନିର୍ମାଣ ବିଭାଗର ଦୁଇଜଣ ଅଧିକାରୀ ଅତିରିକ୍ତ ଇଞ୍ଜିନିୟର ପାରସ କୋଠିଆ ଏବଂ ଡେପୁଟି ଇଞ୍ଜିନିୟର ଏମଆର୍‌ ସୁମାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏଥିସହ ପୁଲିସ ବିଭାଗର ଦୁଇଜଣ ଅଧିକାରୀ ଇନ୍ସପେକ୍ଟର ଏନଆର୍‌ ରାଠୋର ଏବଂ ଭିଆର୍‌ ପଟେଲଙ୍କୁ ବିରୋଧରେ ମଧ୍ୟ ଆକ୍ସନ ଗ୍ରହଣ କରାଯାଇଛି।

ଏହାରି ଭିତରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ରାଜକୋଟ୍‌ ଗେମିଂ ଜୋନ୍‌ ଦୁର୍ଘଟଣାସ୍ଥଳଗୁ ଯାଇ ବ୍ୟକ୍ତିଗତ ଭାବେ ଯାଞ୍ଚ କରିଛନ୍ତି। ଏହି ଗୁରୁତର ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ହିଁ ରାଜ୍ୟ ସରକାର ତୁରନ୍ତ ପ୍ରଭାବରେ ୬ଜଣ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ତଦନ୍ତ ପାଇଁ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍‌ଆଇଟି ଗଠନ କରାଯାଇଛି। ଏସ୍‌ଆଇଟି ପୂରା ମାମଲାର ତଦନ୍ତ କରୁଛି।

Leave A Reply

Your email address will not be published.