କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ସୂଚନା ମୁତାବକ ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର ଅତିକ୍ରମ କରିଛି l ଅର୍ଥାତ୍ 21393 ରେ ପହଁଞ୍ଚିଛି l ଏହାରି ଭିତରେ 681 ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ସୁସ୍ଥ ଙ୍କ ସଂଖ୍ୟା 4257 ରେ ପହଁଞ୍ଚିଛି l ମହାରାଷ୍ଟ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5652 ଥିବା ବେଳେ 269 ଜଣ ମୃତ୍ଯ ବରଣ କରିଛନ୍ତି ଏବଂ 789 ଜଣ ସୁସ୍ଥ ହୋଇଛନ୍ତି l ସେହପରି ଦିଲ୍ଲୀରେ 2248 ଜଣ ଆକ୍ରାନ୍ତ ହୋଇଥିବା ବେଳେ 724 ଜଣ ସୁସ୍ଥ ହୋଇଛନ୍ତି ଏବଂ 48 ଜାନଙ୍କ ମୃତ୍ୟୁ ଘଟିଛି l ମଧ୍ୟ ପ୍ରଦେଶରେ 1592 ଆକ୍ରାନ୍ତ ଥିବା ବେଳେ 80 ଜଣ ଙ୍କ ମୃତ୍ୟୁ ଘଟିଛି ଏବଂ 148 ଜଣ ସୁସ୍ଥ ହୋଇଛନ୍ତି l ଗୁଜୁରାଟରେ 2407 ଜଣ ଆକ୍ରାନ୍ତ ହୋଇଥିବା ବେଳେ 103 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 179 ଜଣ ସୁସ୍ଥ ହୋଇଛନ୍ତି l ଆନ୍ଧ୍ର ପ୍ରଦେଶ ରେ 813 ଆକ୍ରାନ୍ତ ହୋଇଥିବା ବେଳେ 24 ଜଣ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି l ଏବଂ 120 ଜଣ ସୁସ୍ଥ ହୋଇଛନ୍ତି l କର୍ଣ୍ଣାଟକରେ 424 ଆକ୍ରାନ୍ତ ହୋଇଥିବା ବେଳେ 131 ଜଣ ସୁସ୍ଥ ହୋଇଛନ୍ତି l ଏବଂ 17 ଜାନଙ୍କ ମୃତ୍ୟୁ ଘଟିଛି l ତାମିଲନାଡୁ ରେ 1629 ଜଣ ଆକ୍ରାନ୍ତ ହୋଇଥିବା ବେଳେ 662 ଜଣ ସୁସ୍ଥ ହୋଇଛନ୍ତି l ଏବଂ 18 ଜାଣଙ୍କ ମୃତ୍ୟୁ ଘଟିଛି l ତେଲେଙ୍ଗାନା ରେ 945, ଉତ୍ତରପ୍ରଦେଶ ରେ 1449 ଥିବା ବେଳେ ତେଲେଙ୍ଗାନା ରେ 194, ଉତ୍ତରପ୍ରଦେଶ ରେ 173 ଜଣ ସୁସ୍ଥ ହୋଇଛନ୍ତି l ସେହପରି ତେଲେଙ୍ଗାନା ରେ 23 ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପ୍ରଦେଶ ରେ 21 ଜଣ ଙ୍କ କରୋନା ଜନିତ ମୃତ୍ୟୁ ଘଟିଛି l