ଯାଜପୁରରେ ଚାରି କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶାରେ ବଢି ଚାଲିଛି ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଆଜି ଆଉ 4 କରୋନା ଆକ୍ରାନ୍ତ ଚିହ୍ନଟ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ l ଏହି ଚାରି ଜଣ ଯାଜପୁର ଜିଲ୍ଲା ର ବୋଲି ଟୁଇଟ ଯୋଗେ ସୂଚୀତ କରାଯାଇଛି l ଚାରି ଜଣ ଙ୍କ ମଧ୍ୟରୁ ଜଣେ 48, 70,80 ବର୍ଷ ର ମହିଳା ଥିବା ବେଳେ 21 ବର୍ଷ ର ମଧ୍ୟ ଯୁବକ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି l ଉକ୍ତ ଚାରି ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 87 ରେ ପହଁଚି ଥିବା ବେଳେ 33 ଜଣ ସୁସ୍ଥ ହୋଇଛନ୍ତି l ଏବଂ ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି l ତେବେ ରାଜ୍ୟରେ 53 ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ଜଣା ପଡିଛି l ସେପଟେ ଯାଜପୁର ଜିଲ୍ଲା ରେ ଉକ୍ତ ଚାରି ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ରେ ପହଁଞ୍ଚିଛି l 12 ଜଣ ଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଜିଲ୍ଲା ରେ 11 ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ଜଣା ପଡିଛି l

Leave A Reply

Your email address will not be published.