ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ହୀରାକୁଦ କଣ ଆପଣ କେବେ ଭାବିଛନ୍ତି କି, ଏହାର ନାଁ କଣ ପାଇଁ ହୀରାକୁଦ ରହିଛି । ଡ୍ୟାମ ହେବା ପୂର୍ବରୁ ଏହା ଅନେକ ମୂଲ୍ୟବାନ ପଥର ଓ ହିରାର ଗନ୍ତାଘର ଥିଲା । ଏବଂ ଏଠାକାର ଲୋକମାନେ ଖୁବ୍ ସହଜରେ ପାଣିରେ ଭାସି ଆସୁଥିବା ହୀରାପଥରକୁ କଟାଇ ଦେଉଥିଲେ । ତେଣୁ ଏହା ହିରାକୁଦ ନାମରେ ପରିଚିତ । ଆସନ୍ତୁ ଜାଣିବା କିଛି ଗୁପ୍ର ରହସ୍ୟ ଏ ଯାଗା ସମ୍ପର୍କରେ ୨୯୪୬ ମସିହା ମାର୍ଚ୍ଚ ୧୫ ତାରିଖ । ସେତେବେଳେର ଓଡିଶା ଗଭର୍ଣ୍ଣର ସମ୍ବଲପୁର ଜିଲ୍ଲାରେ ହୀରାକୁଦ ଡ୍ୟାମର ନିର୍ମାଣ ଆରମ୍ଭ କରିଥିଲେ । ୧୯୫୩ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଧା ଏହାକୁ ଉଦ୍ଘାଟନ କରିବାକୁ ଭାରତ ସରକାରଙ୍କୁ ୪ ବର୍ଷ ଲାଗି ଗଲା ।
ଅର୍ଥାତ ୧୩ ଜାନୁୟାରୀ ୧୯୯୭ ମସିହାରେ ସେତେବେଳର ପ୍ରଧାନମନ୍ତ୍ରୀ ଜବହାର ଲାଲ ନେହେରୁ ଏହାକୁ ଉଦ୍ଘାଟନ କରିଥିଲେ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ୧୭୦୦ ଶହ ମସିହାରେ ହିରୀକୁଦର ଝର ସମ୍ପ୍ରଦାୟର ଲୋକମାନେ ଅତି ସହଜରେ ଏଠାରୁ ପାଣିରେ ଭାସି ଆସୁଥିବା ଦୂର୍ଲଭ ପଥରକୁ ସଂଗ୍ରହ କରୁଥିଲେ । ସେତେବେଳେ ସାରା ବିଶ୍ୱରେ ଓଡିଶାରେ ହିଁ ସବୁଠୁ ଅଥିକ ହୀରା ଥିଲା । ଏମିତିକି ସେଠାକାର ରାଣୀ ରତ୍ନାବତୀ ୨୨ ଗ୍ରାମର ହୀରାକୁ ମାତ୍ର ୫୨ ହଜାର ଟଙ୍କାରେ ବିକ୍ରି କରିଥିଲେ । ତେବେ ପ୍ରଶ୍ନ ଉଠେ ଏବେବି କଣ ସେଠାରେ ଲୁଚି ରହିଛି ହୀରା ପଥର ୟସମ୍ବଲପୁରର ହୀରାକୁଦ ବନ୍ଧ ଏସିଆର ସବଜ୍ଞବୃହତମ ନଦୀବନ୍ଧ ଅଛି । ସମ୍ବଲପୁରର ଉତରକୁ ୧୦ କିଲୋମିଟର ଭିତରକୁ ଏକଦ୍ୱିପ ମହାନଦୀ ପଠାରେ ଥିଲା । ଯାହା ୮ଶହ ୩୮ ଏକର ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ଗ୍ରୀଷ୍ମ ଓ ଶୀତ ରୁତୁରେ ଇବ୍ ନଦୀରୁ ପାଣି ଆସି ଏହି ଦ୍ୱିପର ୪ ପଟେରହୁଥିଲା ।
ଏବଂ ଏହି ପାଣିରେ ହୀରା ପଥର ଗୁଡିକ ଭାସି ଆସି ଏଠାରେ ଠୁଳ ହୋଇ ରହୁଥିଲା । ତେଣୁ ଏହି ସମୟରେ ଆଖପାଖର ଜନସମ୍ପ୍ରଦାୟ ଅତି ସହଜରେ ପାଣିରୁ ହୀରା ସଂଗ୍ରହ କରି ନେଇଯାଉଥିଲେ । ଇତିହାସରୁ ଜଣାଯାଏ ଯେ ୧୭୬୪ ମସିହାରେ ସେମାନଙ୍କର ରାଜା ଅଭୟ ସିଂ ୧୬.୫ କ୍ୟାରେଟର ହିରା ଏଠାରୁ ପାଇଥିଲେ । ଏବଂ ବ୍ରିଟିସ୍ ଶାସକ ଲର୍ଡ କ୍ଲାଇମଙ୍କ ପାଖକୁ କଲିକତା ପଠାଇ ଦେଇଥିଲେ । ପରେ ବ୍ରିଟିସ ଶାସକଙ୍କର ହିରାକୁଦ ବନ୍ଧ ଉପରେ ଲୋଲୁପ ଦୃଷ୍ଟି ପଡିଗଲା । ଏପରିକି ୧୮୧୮ ମସିହାରେ ମରାଠା ମାନେ ୨୧୦ କ୍ୟାରେଟର ଏକ ବଡ ହୀରା ପଥର ସେହି ଝର ସମ୍ପ୍ରଦାୟର ଲୋକଙ୍କଠାରୁ ବଳ ପ୍ରୟୋଗ କରି ନେଇଯାଇଥିଲେ ।
ତାପରେ ଇଂରେଜ ସଂରକାର ଝର ସଂମ୍ପ୍ରଦାୟର ଲୋକମାନଙ୍କୁ ହୀରା ସଂଗ୍ରହର ଅନୁମତି ମଧ୍ୟ ଦେଇ ନଥିଲେ । ଏଢହି ସବୁ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ୧୮୫୮ ମସିହାରୁ ୧୯୪୫ ମସିହାରେ ହୀରାକୁଦରେ ଡ୍ୟାମ୍ ନିର୍ମାଣ ପାଇଁ ବାରମ୍ବାର ଉଚ୍ଚସ୍ତରୀୟ ବୈଠକ ବସିଲା ଏବଂ ଶେଷର ଡ୍ୟାମର ନିର୍ମାଣ କା ର୍ଯ୍ୟ ଆରମ୍ଭ ହୋଇଗଲା କିନ୍ତୁ ଡ୍ୟାମ୍ ନିର୍ମାଣ ହେବା ଦ୍ୱାରା ଅନେକ ଗାଁ , ମନ୍ଦିର, ଘରଦ୍ୱାର ପାଣିରେ ସବୁଦିନ ପାଇଁ ବୁଡିଗଲା । ତେବେ ପ୍ରତ୍ନତତ୍ୱବିତମାନଙ୍କ ମଧ୍ୟରେ ଏବେ ମଧ୍ୟ ହୀରାକୁଦର ତଳିଆ ଅଚଂଳରେ ହୀରା ପଥର ଗଛିତ ହୋଇ ରହିଛି । ଯାହା ଇବ୍ ନଦୀରୁ ଆସି ଠୁଳ ହୋଇ ରହିଛି । ଏଥିପାଇଁ ଅନେକ ବିଦେଶ ଶତୃ ରାଷ୍ଟ୍ର ଆକ୍ରମଣ ପାଇଁ ବହୁବାର ଚେଷ୍ଟା କରିଛନ୍ତି ।