ଆହ୍ଲାବାଦ ହାଇକୋର୍ଟଙ୍କ ଐତିହାସିକ ରାୟ: ପୁଅର ଅନୁପସ୍ଥିତିରେ ବୋହୂଙ୍କୁ ନିଜ ସହ ରହିବାକୁ ବାଧ୍ୟ କରିପାରିବେନି ଶାଶୂଘର ଲୋକ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ଐତିହାସିକ ରାୟ । କୋର୍ଟଙ୍କ ରାୟ ମୁତାବକ ପୁଅର ଅନୁପସ୍ଥିତିରେ ବୋହୂଙ୍କୁ ଶାଶୁଘରେ ରହିବାକୁ ବାଧ୍ୟ କରାଯାଇପାରିବନି । ଲକ୍ଷ୍ନୈ ଏକ ମହମ୍ମଦ ହାସୀମ ନାମଜ ଜଣେ ବ୍ୟକ୍ତି ନିଜ ବୋହୂଙ୍କୁ ଶଶୁରଘରେ ଆସି ରହିବା ପାଇଁ ବାଧ୍ୟ କରିଥିଲେ । କେବଳ ସେତିକି ନୁହେଁ କୋର୍ଟରେ ଏକ ଆବେଦନ ଦାୟର କରି ଏଭଳି ଆଦେଶ ଦେବାକୁ ଅନୁରୋଧ କରିଥିଲେ ।
ଆବେଦନକାରୀ କହିଥିଲେ ଦୁଇବର୍ଷ ହେବ ତାଙ୍କ ବୋହୂଙ୍କୁ ତାଙ୍କ ବାପା ମା ଲୋକମାନେ ବନ୍ଧକ ରଖିଛନ୍ତି ଓ ତାଙ୍କୁ ଶାଶୁଘରକୁ ଛାଡୁନାହାଁନ୍ତି । ଆବେଦନ ଉପରେ ଶୁଣାଣୀ କରି ଜଷ୍ଟିସ ସମୀମ ଅହମଦ କହିଥିଲେ ପୁଅର ଅନୁପସ୍ଥିତିରେ ଶାଶୁଘର ଲୋକ କରିପାରିବେନି ବୋହୂଙ୍କୁ ଶାଶୁଘରେ ରହିବାକୁ ବାଧ୍ୟ ।