ହାଇକୋର୍ଟ ଙ୍କ ଐତିହାସିକ ରାୟ

ପରିଣତ ବୟସ ରେ ଵୃଦ୍ଧା ଙ୍କୁ ମିଳିବ ବୟାଳିସି ବର୍ଷ ର ପେନସନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପରିଣତ ବୟସ ରେ ଆଶାର ଆଲୋକ. ହାଇକୋର୍ଟ ଦେଲେ ନ୍ୟାୟ | ଛୟାଳିସି ବର୍ଷର ଆଇନଗତ ଲଢେଇ ରେ ପଡିଲା ପୂର୍ଣ୍ଣଛେଦ, ବୃଦ୍ଧା ପାଇବେ ମୃତ ସ୍ୱାମୀ ଙ୍କ ପେନସନ | ସ୍ୱlମୀ ଙ୍କ ମୃତ ପରେ ପେନସନ ପାଇବା ପାଇଁ ଚଳାଇଥିବା ସଂଘର୍ଷ ରେ ଲାଗିଛି ବିରାମ | ଆସନ୍ତା ଦୁଇ ମାସ ମଧ୍ୟରେ ବୃଦ୍ଧା ଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ |

ଏମିତି ଘଟଣା ଦେଖିବାକୁ ମିଳିଚି ପାଟକୁରା ଡେରାବିଶ ବ୍ଲକ ପଲେଇ କନ୍ଦର ପୁର ଗ୍ରାମରେ ଦୀର୍ଘ 46 ବର୍ଷ ଧରି ଚାଲି ଥିବା ଆଇନଗତ ଲଢେଇ ରେ ପରେ ପରିଣତ ବୟସ ରେ ବିଜୟ ର ସ୍ୱାଦ ଚାଖିଛନ୍ତି 91 ବାର୍ଷିୟ ବିଧବା ବୃଦ୍ଧା ହାରା ସାହୁ | ଆଖିକୁ ଭଲସେ ଦେଖା ଯାଉନି କି କାନ କୁ ବି ଶୁଭା ଯାଉନି ଚମ ଧୁଡୁ ଧୁଡୁ ହୋଇଗଲାଣି ଅଣ୍ଟା ନଇଁ ଗଲାଣି ହେଲେ ଏ ବୟସରେ ସେ ହାର୍ ମାନି ନାହାନ୍ତି | ସ୍ୱlମୀ ବେଣୁଧର ସlହୁ ଦୁହୁରିଆ ରତ୍ନାକର ଏମି ସ୍କୁଲ ରେ ଚାକିରୀ କରୁଥିଲେ |ଚାକିରୀ କାଳ ଭିତରେ ତାଙ୍କ ମୃତୁ ହୋଇଥିଲା. ତାଙ୍କ ମୃତ୍ୟୁ ପରେ ପତ୍ନୀ ହାରା ସାହୁ ପରିବାର ପ୍ରତି ପୋଷଣ ନିମନ୍ତେ ସ୍ୱାମୀ ଙ୍କ ପେନସନ ପାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତତ୍କାଳୀନ ସରକାରି କଳ ଠାରୁ ନିରାଶ ହୋଇ ଆଇନ ଆଶ୍ରୟ ନେଇ ଅଦାଲତ ରେ ପେନସନ ପାଇବା ପାଇଁ ମକଦ୍ଦମା କରିଥିଲେ |

ଦିନପରେ ଦିନ ବିତି ଯାଇଥିଲେ ମଧ୍ୟ୍ୟ ଜଜ କୋର୍ଟ, ଜିଲ୍ଲା କୋର୍ଟ ଓ ଶେଷରେ ହାଇକୋର୍ଟ ରେ କେଶ ଚାଲିଥିଲା | ବର୍ତମାନ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଙ୍କ ପେନସନ ନିର୍ଦେଶ ନାମା ଗାଇଡ଼ ଲାଇନ ଅନୁସାରେ ହାରା ସାହୁ ଙ୍କୁ ବୟାଳିସି ବର୍ଷ ର ପେନସନ ଟଙ୍କା ମିଳିବା ନେଇ ଐତିହାସିକ ରାୟ ଦେଇଛନ୍ତି | ହାରା ସାହୁଙ୍କୁ ଦୁଇମାସ ଭିତରେ ମିଳିବ ସ୍ୱାମି ଙ୍କ ସମସ୍ତ ପେନସନ | ଯାହାକୁ ନେଇ ପରିବାର ଙ୍କ ମଧ୍ୟ୍ୟରେ ଖୁସିର ଲହରୀ ଖେଳି ଯାଇଛି |

Leave A Reply

Your email address will not be published.