ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସଭାପତି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ମହାନ୍ତିଙ୍କ ଅଧ୍ୟକ୍ଷତା ରେ ରାଇରଙ୍ଗପୁର ବ୍ଲକ ଓ ମ୍ୟୁନିସିପାଲିଟିସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ସମ୍ମାନିତ ଅତିଥି ବହଳଦା ବିଇଓ ଶୁଭଶ୍ରୀ ସିଂ, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିନୟ ରଂଜନ ନାୟକ, ସଂଗଠନ ସମ୍ପାଦିକା ପ୍ରଧାନଶିକ୍ଷୟତ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଋଷିପ୍ରଭା ମହାନ୍ତ, ଏବିଓ କାର୍ତିକ ଚନ୍ଦ୍ର କାରୁଆ, ହେମ ମାଝୀ ଓ ନମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ |
ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ସମୟରେ ଶିକ୍ଷକ ତିମିର ରଂଜନ ପଣ୍ଡାଙ୍କ ସୁଲଳିତ କଣ୍ଠରେ ଗଣେଶ ବନ୍ଦନା କରାଯାଇଥିଲା | ତାପରେ ସଂଗଠନ ସମ୍ପାଦିକା ସ୍ବାଗତ ଭାଷଣ ଦେଇଥିଲେ | ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ୟ ଦେଇଥିଲେ | ମୁଖ୍ୟଅତିଥି ବିଜ୍ଞାନ ସମ୍ପର୍କରେ ଉପାଦେୟ ତଥ୍ୟ ଦେଇଥିଲେ | ସେହିପରି ସମ୍ମାନିତ ଅତିଥି ଆଜି ଯାହା ଆମେ ଦେଖୁଛୁ ତାହା ବିଜ୍ଞାନ ଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ | ପିଲାମାନେ ସୁଶିକ୍ଷା ପାଇଲେ ଭବିଷ୍ୟତରେ ସୁନାଗରିକ ହୋଇପାରିବେ ବୋଲି କହିଥିଲେ | ତାପରେ ଆନୁଷ୍ଠାନିକ ପ୍ରଦର୍ଶନୀର ପତାକା ମୁଖ୍ୟଅତିଥିଙ୍କ ଦ୍ବାରା ଉତ୍ତୋଳନ ହୋଇଥିଲା | ଏହା ପରେ ଅତିଥିଗଣ ସର୍ବମୋଟ ୧୧୦ଟି ପ୍ରକଳ୍ପ କୁ ବୁଲି ଦେଖିଥିଲେ | ଏଥିରେ ଶିକ୍ଷକ ଦ୍ବୟ କୁଞ୍ଜବିହାରୀ ମହାନ୍ତି ଓ ନୀଳକଣ୍ଠ ଗିରି ବିରାରକ ଆସନ ଅଳଙ୍କୃତ କରିଥିଲେ | ସେହିପରି ଉଦଯାପନୀ ସଭାରେ ସଭାପତି ଭାଗିରଥି ମହାନ୍ତି, ମୁଖ୍ୟଅତିଥି ତିରିଂ ବିଇଓ ଯଗ୍ନେଶ୍ବର ଜେନା, ସମ୍ମାନିତ ଅତିଥି ବହଳଦା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋରଂଜନ ଗିରି, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିନୟ ରଂଜନ ନାୟକ, ସଂଗଠନ ସମ୍ପାଦିକା ପ୍ରଧାନ ଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତ, ତିରିଂ ଏବିଓ ଶୁଭେନ୍ଦୁ କୁମାର ତ୍ରିପାଠୀ, ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ, ହେମ ମାଝୀ ଓ ନମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ | ମୁଖ୍ୟଅତିଥି ପିଲାମାନଙ୍କ ଭିତରେ ଶିଶୁ ପ୍ରତିଭା ଲୁଚି ରହିଛି, ଯାହାକୁ ଉତ୍ତମ ପରିବେଶ, ଶିକ୍ଷା, ପିତାମାତାଙ୍କ ଦ୍ବାରା ପ୍ରସ୍ପୁଟିତ ହୋଇପାରିବ | ଅର୍ଥାତ୍ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ |
ସମ୍ମାନିତ ଅତିଥି ପିଲାମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ ଆହୁରି ଭଲ ଭଲ ପ୍ରକଳ୍ପ କରି ଦେଶ ଓ ଜାତିର ନାଁ ଅର୍ଜନ କରନ୍ତୁ | ତାପରେ ପୁରସ୍କାର ବିତରଣୀ ପର୍ବରେ କୃଷିରେ ପ୍ରଥମ ଅଭିଲିପ୍ସା କୁମ୍ଭକାର , ମୂଷାବଣୀ ସରକାରୀ ୟୁପି ସ୍କୁଲ, ଦ୍ବିତୀୟ ରକି ନନ୍ଦ , ସୁର୍ଦଶନପୁର ଉଚ୍ଚ ବିଦ୍ୟାଳୟ, ଯୋଗାଯୋଗ ଓ ପରିବହନରେ ପ୍ରଥମ ବିଷ୍ଣୁପ୍ରିୟା ମଣ୍ଡଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଇରଙ୍ଗପୁର, ଦ୍ବିତୀୟ ଲକ୍ଷ୍ମୀ ସର୍ଦ୍ଦାର, କମ୍ପ୍ୟୁଟର ଚିନ୍ତାଧାରାରେ ପ୍ରଥମ ରିଆ ମହାନ୍ତ, ପୁରୁଣାପାଣି ସରକାରୀ ୟୁପି ସ୍କୁଲ, ଦ୍ବିତୀୟ ଅନିକ ପ୍ରହରାଜ ସାନମୌଦା ଆଦର୍ଶ ବିଦ୍ୟାଳୟ, ସ୍ବାସ୍ଥ୍ୟରେ ପ୍ରଥମ କପିଲଦେବ ମହାନ୍ତ, ରାଖାସାହି ଉଚ୍ଚ ବିଦ୍ୟାଳୟ, ଦ୍ବିତୀୟ ଜେସି ମହାନ୍ତ , ପୁରୁଣାପାଣି ସରକାରୀ ୟୁପି ସ୍କୁଲ ଓ ପରିବେଶ ପାଇଁ ଜୀବନଶୈଳୀରେ ହରିଶଙ୍କର ପାଣି, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ଓ ଦ୍ବିତୀୟ ଭାବେ ମୃତ୍ୟୁଞ୍ଜୟ ମଣ୍ଡଳ, ଗୋରୁମହିଷାଣୀ ଉଚ୍ଚ ବିଦ୍ୟାଳୟ ଙ୍କୁ ଅତିଥିଗଣ ମାନପତ୍ର ଓ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ |
ତାପରେ ସେମାନେ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ବୋଲି ସଭାପତି ସୂଚନା ଦେଇଥିଲେ | ଏହାପରେ ଅତିଥିଗଣ ଦ୍ବାରା ଆନୁଷ୍ଠାନିକ ପ୍ରଦର୍ଶିନୀର ପତାକାକୁ ଅବତରଣ କରାଯାଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମରେ ସଂଗଠକ ଶିକ୍ଷକ ତିମିର ରଂଜନ ପଣ୍ଡା, ଗୋପାଳକୃଷ୍ଣ ମହାନ୍ତି, ରଂଜନ କୁମାର ନନ୍ଦ, ଭକ୍ତବନ୍ଧୁ ବାରିକ, ମହେଶ୍ବର ମୁଣ୍ଡା, ମୃତ୍ୟୁଞ୍ଜୟ ମହାନ୍ତ, କ୍ଷୀତିଶ ମହାନ୍ତ, ମାନସ ରଂଜନ ରାଉତ, ଧନଞ୍ଜୟ ରାମ, ଶଚିକାନ୍ତ ମହାନ୍ତ,ସ୍ବରୂପ କୁମାର ମହାନ୍ତ, ଡମ୍ବରୁଧର ମହାନ୍ତ, ଶିକ୍ଷୟତ୍ରୀ ଉର୍ମିଳା ପାଣି, ଇନ୍ଦ୍ରାଣୀ ସାହୁ ଓ ମମତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ | ଏହି ସଭାକୁ ଶିକ୍ଷକ ରଂଜନ କୁମାର ନନ୍ଦ ପରିଚାଳନା କରିଥିବା ବେଳେ ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ବିଜ୍ଞାନ ପ୍ରଦର୍ଶନୀକୁ ଦେଖିବା ପାଇଁ ସ୍ଥାନୀୟ ତଥା ଆଖପାଖର ଲୋକେ ପ୍ରବଳ ମାତ୍ରାରେ ଭିଡ ଜମାଇଥିଲେ |