ହକି ବିଶ୍ବକପ ହକିର ମାହୋଲକୁ ଅଧିକ ଉଦ୍ଜିବୀତ କରିବ ଡଟ୍ ଫେଷ୍ଟ,ଯୁଦ୍ଧକାଳୀନ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମେଗା ହକି ଇଭେଣ୍ଟକୁ ତାଳ ଦେଇ ଆୟୋଜିତ ହେଉଛି ଡଟ-ଫେଷ୍ଟ ଭଳି ହାଇ ଭୋଲଟେଜ ସାଂସ୍କୃତିକ କାର୍ଯ୍ୟକ୍ରମ । ଜାନୁଆରୀ ୧୫ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ପୃଥକ ପୃଥକ୍ ସ୍ଥାନରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଡକଲ ପ୍ରଦର୍ଶନୀ ପଡିଆର ବାମ ପାର୍ଶ୍ବରେ ୩୦ରୁ ଅଧିକ ଷ୍ଟଲରେ ହେବ ଇଣ୍ଟରନ୍ୟାସନାଲ ଫୁଡ ଫ୍ୟାଷ୍ଟିଭାଲ । ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟ ସହିତ ସ୍ଥାନ ପାଇବ ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ଖାଦ୍ୟ ପସରା । ଡାହାଣ ପାର୍ଶ୍ବରେ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ।

ଯେଉଁଥିରେ ଉଦିତନାରାୟଣ, ଅଲକା ୟାଗନିକ, ସୁଖବିନ୍ଦର ସିଂ, ନିତି ମୋହନ, ପଣ୍ଡିତ ହରି ପ୍ରସାଦ ଚୌରାସିଆ, ସୁନିଲ ଗ୍ରୋଭର, ସିଦ୍ଧାର୍ଥ ମହାଦେବନଙ୍କ ଭଳି ଖ୍ୟାତନାମା କଳାକାର ଯୋଗ ଦେବେ । ଗୋଟିଏ ସ୍ବତନ୍ତ୍ର ଷ୍ଟେଜରେ ପୁରୁଣା ଭୁବନେଶ୍ବର ଓ ନୂଆ ଭୁବନେଶ୍ବର ସମ୍ପର୍କିତ ଫଟୋ ପ୍ରଦର୍ଶନୀ ‘ ଏବେ ଓ ସେବେ ’ ନାମରେ ଆୟୋଜିତ ହେବ । ସେହିଭଳି ଏକାମ୍ର ହାଟରେ ୬୦ରୁ ଅଧିକ ଷ୍ଟଲ ସହିତ ଖୋଲିବ ନାଇଟ ମାର୍କେଟ । ସେପଟେ ଡଟଫେଷ୍ଟ ଅଞ୍ଚଳରେ ସୁରକ୍ଷା ଓ ଟ୍ରାଫିକ ପରିଚାଳନାର ସମୀକ୍ଷା କରିଛନ୍ତି କମିଶନରରେଟ ପୋଲିସର ବରିଷ୍ଠ ଅଧିକାରୀ।

ସପଟେ ସୌନ୍ଦର୍ଯ୍ୟକରଣ, ସାଜସଜା, ଓ ଭିତ୍ତିଭୁମି ଚୁଡାନ୍ତ ନେଇ ୱାଟକୋ, ଜାଇକା, ପୁର୍ତ୍ତବିଭାଗ, ଟାଟା ପାଓ୍ବାର, ଓଏଫଡିସି ର ଅଧିକାରୀଙ୍କୁ େନଇ ଚୁଡାନ୍ତ ସମୀକ୍ଷା ବେୌଠକ କରିଛି ବିଏମସି। ପ୍ରଦର୍ଶନୀ ପଡିଆ ଓ ଏକାମ୍ର ହାଟ ବ୍ୟତୀତ ରାଜଧାନୀର ବିଭିନ୍ନ ସ୍ଥାନରେ ପୃଥକ୍ ପୃଥକ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏକାମ୍ର ଓ୍ବାକ୍ ଜରିଆରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ସୁଯୋଗ ସାଙ୍ଗକୁ ପାର୍କରେ ଷ୍ଟୋରୀ ଟେଲିଂ ଉପଭୋଗ କରିବାର ମଜା ।ହାତରେ କମ୍ ଦିନ ଥିବାରୁ ଯୁଦ୍ଧକାଳୀନ ପରିସ୍ଥିତିରେ ଚାଲିଛି ପ୍ରସ୍ତୁତି । ସହରକୁ ସୁନ୍ଦର ଭାବେ ସଜେଇବା ସହିତ ପରିମଳ ଉପରେ ମଧ୍ୟ ଦିଆଯାଉଛି ଗୁରୁତ୍ତ୍ବ। ଏହାସହ ଡଟଫେଷ୍ଟ ସହ ହକି ଷ୍ଟାଡିୟମ ନିକଟରେ ମୋବାଇଲ ଟୟଲେଟର ବ୍ୟବସ୍ଥା କରାଯିବ। ଏହି ଅବସରରେ ରାଜଧାନୀର ୪ଟି ପାର୍କରେ ସବୁ ବର୍ଗଙ୍କ ପାଇଁ ଆୟୋଜିତ ହେବ ଷ୍ଟୋରୀ ଟେଲିଂ କାର୍ଯ୍ୟକ୍ରମ । ଦେଶ ବାହର ଖାଦ୍ୟ ସହ ହକି ର ମଜା ନେବେ ରାଜଧାନି ବାସୀ ।

Leave A Reply

Your email address will not be published.