ସୁଃଖଦ ଅନୁଭୂତି ନୁହେଁ ଯନ୍ତ୍ରଣାର ଅନୁଭବ ନେଲେ କୋରିଆ ହକି ଟିମର ସାମ୍ବାଦିକ, ମୁକୁଳା ଡ୍ରେନା ପଡି ହେଲେ ଆହତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବିଶ୍ବକପ୍ ହକି ପାଇଁ ରାଜ୍ୟ ସରକାର ବଡ଼ ଆୟାଜନ କରିଛନ୍ତି । ବିଦେଶୀ ଖେଳାଳି ଓ ସେମାନଙ୍କ ସହ ଆସିଥିବା ଟିମ୍ ଓଡିଶାରୁ କିପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ଆଡମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ କରିଛନ୍ତି। ହେଲେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।  ବିଶ୍ଵକପ ହକି କଭରେଜ ପାଇଁ ଭୁବନେଶ୍ବର ଆସିଥିବା କୋରିଆ ଦେଶର ଫୋଟୋ ସାମ୍ବାଦିକ ମୁକୁଳା ଡ୍ରେନରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି ।ଏହି ଘଟଣା ଘଟିଛି ଡୁମୁଡୁମା ଅଞ୍ଚଳରେ।

ଗତକାଲି ରାତି ସାଢେ଼ ୮ଟାରେ କୋରିଆ ହକି ଟିମ୍ ସହ ଆସିଥିବା ଜଣେ ଫଟୋ ସାମ୍ବାଦିକ ଚା ପିଇବାକୁ ରାସ୍ତାକଡ ଡ୍ରେନ ଉପରେ ଚା ଦୋକାନ କରିଥିବା ଜଣେ ମହିଳାଙ୍କ ପାଖକୁ  ଯାଇଥିଲେ।  ସେ ମହିଳାଙ୍କ ସହ କଥା ହୋଇ ତାଙ୍କ ଫୋଟ ଉଠାଉଥିବା ବେଳେ ବିଦେଶୀ ଫଟୋ ସାମ୍ବାଦିକ ଜନକ ମୁକୁଳା ନାଳରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଠାଇ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ ।  ହେଲେ ଦେଢ଼ ଘଣ୍ଟା ଧରି ଆମ୍ବୁଲାନ୍ସ ନ ଆସିବା ଫଳରେ ସାମ୍ବାଦିକଙ୍କୁ ଏକ କାରରେ ଲିଫ୍ଟ ଦେଇ ମେଡିକାଲକୁ ନେଇଥିଲେ।

କୁହାଯାଉଛି ଡ୍ରେନ୍‌ରେ ପଡି ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି । ରାଜ୍ୟରେ ବିଶ୍ୱ ସ୍ତରୀୟ ହକି ବିଶ୍ୱକପ ଚାଲିଥିବା ସମୟରେ ଏହା ରାଜ୍ୟ ସରକାର ତଥା ଭୁବନେଶ୍ୱର ମହାନଗର ନିଗର ପାରିବା ପଣିଆକୁ ପଦାରେ ପକାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସମ୍ପୃକ୍ତ ଅଞ୍ଚଳରେ ପୁର୍ବରୁ ଡ୍ରେନ୍ ମୁକୁଳା ରହିଥିଲା । ଯେଉଁଠାରେ ଆଗରୁ ଗାଈ ଏବଂ ଶଣ୍ଢ ମଧ୍ୟ ଗଳିପଡି ଆହତ ହୋଇଥିବା ଲୋକେ କହିଛନ୍ତି। ଏବଂ ବିଏମ୍‌ସି ତୁରନ୍ତ ଏଗି ଦିଗ ପ୍ରତି ଧ୍ୟାନ ଦେଇ ଡ୍ରେନ୍‌କୁ ଘୋଡାଇବା ଏବଂ ଏହାର ପ୍ରତିକାର କରିବା ପାଇଁ ଲୋକେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମଧ୍ୟ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ଏବେ ମଧ୍ୟ ଡ୍ରେନ୍ ମୁକୁଳା ପଡିଥିବା ନଜର ଆସୁଛି। ଯଦି ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆ ନଯାଏ ତେବେ ଗତକାଲି ପରି ଆହୁରି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ।

Leave A Reply

Your email address will not be published.