ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅସତ୍ୟ ଉପରେ ସତ୍ୟର ବିଜୟକୁ ସ୍ମରଣ କରିବା ପାଇଁ ଭାରତ ଏବଂ ବିଶ୍ୱର ଅନ୍ୟ ଦେଶରେ ଦୀପାବଳି ପାଳନ କରାଯାଏ । ଦୀପାବଳି ହେଉଛି ଏକ ହିନ୍ଦୁ ପର୍ବ । ଯାହା ସାରା ବିଶ୍ୱରେ ବେଶ୍ ପରିଚିତ । ଏହା ଭାରତର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଏବଂ ବଡ ପର୍ବ ମଧ୍ୟରୁ ଗୋଟିଏ । ଅନ୍ଧକାରର ଅବସାନ ପାଇଁ ଏକ ପ୍ରତୀକାତ୍ମକ ସଙ୍କେତ ରୂପେ ଘର ବାହାରେ ଧାଡି କରି ଦିପ ଐତିହାସିକ ଠାରୁ ଆରମ୍ଭ କରି ପୌରାଣିକ ପର୍ଯ୍ୟନ୍ତ ଏହାର ଅନେକ ମହତ୍ୱ ରହିଛି ।
ଉତ୍ତର ଭାରତରେ ଏହି ପର୍ବ ରାବଣକୁ ପରାସ୍ତ କରିବା ପରେ ଭଗବାନ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ କୁ ସ୍ମରଣ କରେ । ଏଥିସହିତ ନରକାସୁର ବିରୁଦ୍ଧରେ ଭଗବାନ କୃଷ୍ଣ ଙ୍କ ବିଜୟ ବାର୍ତା ମଧ୍ୟ ପ୍ରଦାନ କରେ । ଦୀପାବଳି ୫ ଦିନ ପାଳନ କରାଯାଏ । ଯାହା ଧନତେରସ୍ ରୁ ଆରମ୍ଭ ହୋଇ ଭାଇ ଦୁଜ ରେ ଶେଷ ହୋଇଥାଏ । ଧନତେରସ ରେ ଧନ ଓ ସମୃଦ୍ଧିର ଦେବା ଲକ୍ଷ୍ମୀ ଙ୍କୁ ପୂଜା କରାଯାଏ । ଆଲୁଅ ଓ ଉତ୍ସବର ପର୍ବ ହେଉଛି ଦୀପାବଳି । ଦୀପାବଳୀ ହେଉଛି ଭାରତୀୟ ସମୃଦ୍ଧି ଓ ସାଂସ୍କୃତିକ ପରମ୍ପରାର ଏକ ଉତ୍ସବ ।
ଏହି ପର୍ବର ପରିବାର ଏକାଠି ହୋଇ ଦୀପାବଳି ପାଳନ କରନ୍ତି । ଅନେକ ଲୋକ ଦୀପାବଳୀ ସମୟରେ ନୂତନ ଉଦ୍ୟେଗ, ବ୍ୟବସାୟ ଆରମ୍ଭ କରନ୍ତି । ବିଶ୍ୱାସ ରହିଛି ଯେ ଏହି ଦିନରେ ବ୍ୟବସାୟ ଆରମ୍ଭ କଲେ ସେମାନଙ୍କୁ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।