ଧନତେରାସରେ କାହିଁକି ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାର୍ତ୍ତିକ କୃଷ୍ଣପକ୍ଷର ତ୍ରୟୋଦଶୀ ତିଥିରେ ପାଳନ କରାଯାଉଥିବା ଧନତେରସର ପର୍ବରେ ମାତା ଲକ୍ଷ୍ମୀ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହିଦିନ ମାତା ଲକ୍ଷ୍ମୀ ପୂଜା କରିବା ଦ୍ୱାରା ସେମାନଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଧନର ଅଭାବ ହୁଏନାହିଁ।ଏହି ଅବସରରେ ଲୋକମାନେ ସୁନା ରୂପା ଏବଂ ବାସନ କିମ୍ବା ଯେକୌଣସି ଧାତୁ କିଣି ସମୃଦ୍ଧ କାମନା କରିଥାନ୍ତି।

ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନ ଏବଂ ସମ୍ପଦାର ଦେବୀ ଭାବରେ ବିବେଚନା କରାଯାଏ। ବିଶ୍ୱାସ ରହିଛି ଯେ ଯାହାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପଡ଼ିଯାଏ । ଧନତେରସ ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ ଏବଂ ଯେକୌଣସି ଧାତୁ କିଣି ତାହାକୁ ମାତା ଲକ୍ଷ୍ମୀଙ୍କର ସମ୍ମୁଖରେ ରଖା ଯାଇଥାଏ। ଧନତେରସର ମଧ୍ୟ ପୌରାଣିକ କଥା ରହିଛି। ପୌରାଣିକ କଥା ଅନୁଯାୟୀ , ଏକଦା ଭଗବାନ ବିଷ୍ଣୁ ପୃଥିବୀଲୋକ ଆଡକୁ ଆସୁଥିଲେ। ଏଭଳି ପରିସ୍ଥିତିରେ ମାତା ଲକ୍ଷ୍ମୀ ମଧ୍ୟ ତାଙ୍କ ସହ ଆସିବାକୁ ଜିଦ ଧରି ବସିଥିଲେ। ଯାହାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କହିଥିଲେ ଯେ ସେ ତାଙ୍କ ସହ ଆସିପାରିବେ କିନ୍ତୁ ତାଙ୍କୁ ତାଙ୍କ କଥା ମାନିବାକୁ ପଡିବ। ଏହାପରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ପୃଥ୍ଵୀଲୋକକୁ ପହଞ୍ଚି ଗଲେ। ଏହାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଗୋଟିଏ ସ୍ଥାନରେ ଅଟକିବାକୁ କହି ଦକ୍ଷିଣ ଦିଗ ଆଡ଼କୁ ଯିବାକୁ ଲାଗିଲେ। ଏହାପରେ ମାତା ଲକ୍ଷ୍ମୀଙ୍କୁ ଜାଣିବାକୁ ଇଚ୍ଛା ହେଲା ଯେ ଭଗବାନ ବିଷ୍ଣୁ କୁଆଡେ ଗଲେ ଏବଂ କାହିଁକି ଗଲେ ଏବଂ ସେ ମଧ୍ୟ ତାଙ୍କ ପଛରେ ଚୁପଚାପ ଯିବାକୁ ଲାଗିଲେ।

ଏହି ଯାତ୍ରା ସମୟରେ ମାତା ଲକ୍ଷ୍ମୀ ଜଣେ କୃଷକଙ୍କର କ୍ଷେତରେ ସୋରିଷ ଫୁଲ ଦେଖିଲେ ଏବଂ ସେ ତାହାକୁ ଭୂଷଣ କଲେ ଏବଂ ଯାତ୍ରା ଯୋଗୁଁ ତାଙ୍କୁ ଶୋଷ ହେଲା ତେଣୁ ସେ ଆଖୁରସ ପାନ କରିଲେ। ମାତା ଲକ୍ଷ୍ମୀ ଆଖୁରସ ପାନ କରୁଥିବା ସମୟରେ ଭଗବାନ ବିଷ୍ଣୁ ତାଙ୍କୁ ଦେଖି ଦେଲେ ଏବଂ ତାଙ୍କ ଉପଦେଶ ପାଳନ ନ କରିବାରୁ କ୍ରୋଧିତ ହୋଇ ମାତା ଲକ୍ଷ୍ମୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ କୃଷକଙ୍କର ସେବା କରିବାକୁ ଅଭିଶାପ ଦେଇଦେଲେ। ଏହା ପରେ ୧୨ ବର୍ଷ ମାତା ଲକ୍ଷ୍ମୀଙ୍କର ବାସ ଦ୍ୱାରା କୃଷକ ବହୁତ ଧନୀ ହୋଇଗଲେ। ୧୨ ବର୍ଷ ପୂରିବା ପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ନେବା ପାଇଁ ଆସିବାରୁ କୃଷକ ତାଙ୍କୁ ଫେରିଯିବାକୁ ମନା କରିଥିଲେ।ଏହାପରେ ମାତା ଲକ୍ଷ୍ମୀ କୃଷକଙ୍କୁ କହିଥିଲେ ଯେ କାର୍ତ୍ତିକ ମାସ ୧୩ତମ ଦିନରେ ଯେକୌଣସି ବ୍ୟକ୍ତି ନିଜ ଘର ପରିଷ୍କାର କରି , ପରିଷ୍କାର ପୋଷାକରେ ଘିଅର ଦୀପ ଜାଳିବେ ଏବଂ ଧାତୁର କଳସରେ ଧନ ଆଦି ଭର୍ତ୍ତି କରି ମାତା ଲକ୍ଷ୍ମୀର ପୂଜା କରିବେ , ସେ ସେମାନଙ୍କ ଘରେ ବର୍ଷ ବର୍ଷ ରହିବେ। କୃଷକ ଏହିଭଳି କଲେ ଏବଂ ସେ ଆଜୀବନ ଧନୀ ହୋଇ ରହିଲେ। ଏହା ପରଠାରୁ ହିଁ ଧନତେରସ ପୂଜାର ବିଧାନ ହୋଇଥଲା ।

Leave A Reply

Your email address will not be published.