ମାଲକାନଗିରି: ମାଲ୍ଯବନ୍ତ ମହୋତ୍ସବ ନେଇ ସ୍ବାଭିମାନ ଅଞ୍ଚଳରେ ଆୟୋଜନ ହେଲା ଘୋଡା ଦୌଡ ପ୍ରତିଯୋଗୀତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନେ ପେଟ ପାଟଣା ପାଇଁ ଏହି ବିର୍ଛିଣ୍ଣାଞ୍ଚଳ ଲୋକେ ଏହି ଘୋଡ଼ା ବ୍ଯବହାର କରୁଥିଲେ। ନିତ୍ୟ ବ୍ଯବହାର୍ଯ୍ଯ ଜିନିଷ ପତ୍ର ଗୋଟିଏ ସ୍ଥାନରୁ ଅନ୍ଯ ସ୍ଥାନକୁ ସ୍ଥାନାନ୍ତରିତ କରୁଥିଲେ । ଯୋଗାଯୋଗ ଏକ ମାତ୍ର ର ସାହାରା ଥିଲା ଏହି ଘୋଡ଼ା। କାରଣ ସେତେବେଳେ ନା ଥିଲା ଗାଡ଼ି ନା ଥିଲା ରାସ୍ତା ଘାଟ। ଯାତାୟାତ ପାଇଁ କେବଳ ସାହାରା ରହିଥିଲା ଏହି ଘୋଡ଼ା। ଏବେ ସମୟ ପରିବର୍ତ୍ତନ ହୋଇଛି। ଏହି ବିର୍ଛିଣ୍ଣାଞ୍ଚଳ ରୁ ମାଓବାଦୀ କମିବା ପରେ ସ୍ୱାଭିମାନ ଅଞ୍ଚଳ ରେ ନା ପରିବର୍ତ୍ତନ ହୋଇଛି। ବିକାଶ କାର୍ଯ୍ଯ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏବେ ଘୋଡ଼ା ଆଉ ଦରକାର ପଡୁନାହିଁ ଏବେ ଗାଡ଼ି ଗଡୁଛି ରାସ୍ତାରେ। ଆଉ ସେହି ଘୋଡ଼ା ଏବେ ସଉକ ପାଲଟିଛି ଏହି ସ୍ୱାଭିମାନ ଅଞ୍ଚଳ ର ଲୋକଙ୍କ ପାଇଁ।

ମାଲ୍ଯବନ୍ତ ମହୋତ୍ସବ ନେଇ ସ୍ବାଭିମାନ ଅଞ୍ଚଳରେ ଆୟୋଜନ ହେଲା ଘୋଡା ଦୌଡ ପ୍ରତିଯୋଗୀତା।ଗତ କାଲି  ସ୍ବାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ଗ୍ରାମ ପଞ୍ଚାୟତର ଲାଉଗୁଡ଼ା ଗ୍ରାମରେ ମାଲ୍ଯବନ୍ତ ମହୋତ୍ସବ ନେଇ ଘୋଡା ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଲାଓଗୁଡା ଠାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଓଡ଼ିଶାରେ ପ୍ରଥମ କରି ଆୟୋଜନ କରଯାଇଥିବା ଘୋଡା ଦୌଡ଼ ପ୍ରତିଯୋଗିତା। ପାପରମେଟଲା ପଂଚାୟତ, ଧୁଳିଫୁଟ ପଂଚାୟତ ଅନ୍ତର୍ଗତ ଆଖ ପାଖ ଅଞ୍ଚଳ ର ୨୧ ଜଣ ଘୋଡା ସବାର ଏହି ଘୋଡାଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ମାଲ୍ଯବନ୍ତ ମହୋତ୍ସବ ନେଇ ସ୍ବାଭିମାନ ଅଞ୍ଚଳରେ ଆୟୋଜନ ହେଲା ଘୋଡା ଦୌଡ ପ୍ରତିଯୋଗୀତା।ଏହି କାର୍ଯ୍ଯକ୍ରମକୁ କୃଷି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନ କରିଥିଲେ।

ପାପରମେଟଲା ପଂଚାୟତ, ଧୁଳିଫୁଟ ପଂଚାୟତ ଅନ୍ତର୍ଗତ ଆଖ ପାଖ ଅଞ୍ଚଳ ର ୨୧ ଜଣ ଘୋଡା ସବାର ଏହି ଘୋଡାଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏହି ପ୍ରତିଯୋଗୀତାରେ କୃଷି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ ନିଜର ଖୁସି ବ୍ଯକ୍ତ କରି ଜିଲ୍ଲା ପ୍ରଶାସନ ଏହାକୁ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ ।

ସେହିପରି ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ ଆଗାମୀ ଦିନ ମାନଙ୍କରେ ଅନ୍ଯ ଜିଲ୍ଲା ପାଇଁ ଏହା ପ୍ରେରଣାଦୟୀ ହେବ ବୋଲି କହିଥିଲେ। ସେହିପରି ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ରାଜ୍ଯରେ ପ୍ରଥମ ଥର ପାଇଁ ଏହି ଭଳି ପ୍ରତିଯୋଗୀତା ଆୟୋଜନ କରାଯାଉଥିବାରୁ ଜିଲ୍ଲା ପାଇଁ ଗୌରବ ବିଷୟ ବୋଲି ପ୍ରକାଶ କରିଥିଲେ। ସାଂସଦ ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଚିତ୍ରକୋଣ୍ଡା ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ପ୍ରମୁଖ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ, ଡ଼ଃ ଅରବିନ୍ଦ ପାଢୀ, ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ, ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ,ନିର୍ଦ୍ଦେଶକ ଯୋଗ ଦେଇଥିଲେ। ପେପରମେଟଲା ଗ୍ରାମ ପଞ୍ଚାୟତର ରାଜୁ ଖିଲ, ସଦନ ପାଙ୍ଗି ଓ ସୁବାଷ ଖିଲ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି ଉପାନ୍ତ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଅନେକ ଲୋକାୟିତ ପ୍ରତିଭା ରହିଛି। ଏମାନଙ୍କୁ ଆବଶ୍ଯକ ପ୍ରଶ୍ଚାହନ ଆଉ ସୁଯୋଗ ରାଜ୍ଯ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଦ୍ଵାରା ଏହି ଘୋଡ଼ା ଦୌଡ଼ କୁ ଆଗକୁ ନେବାପାଇଁ ଏମାନଙ୍କୁ ସ୍ୱତନ୍ତ୍ର କୋଚ ମାଧ୍ୟମ ରେ ଟ୍ରେନିଂ ଦେଲେ ଏମାନେ ନିହାତି ଜାତୀୟ ସ୍ତରରେ ପ୍ରତିଯୋଗିତା କାରି ଆମ ରାଜ୍ଯର ସୁନାମ ଅର୍ଜନ କରି ପାରନ୍ତେ।

Leave A Reply

Your email address will not be published.