୪ଟା ଯାଏଁ ଗୃହ ମୁଲତବି

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି।ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଚାଲିପାରୁନି ଗୃହ।ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଙ୍ଗାମା କରିଥିଲେ । ଯାହାଫଳରେ ପ୍ରଥମେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ମୁଲତବୀ ସମୟସୀମା ଆରମ୍ଭ ହେବା ମାତ୍ରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ସମାନ ପ୍ରସଙ୍ଗ ନେଇ ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ । ଏସ୍‌ସିବିରେ ନିଆଁ ଲାଗି ପୋଡ଼ିବା ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଶେଷରେ ବାଚସ୍ପତି ପୁନର୍ବାର ବିଧାନସଭାକୁ ମୁଲତବୀ ରଖିଛନ୍ତି । ଅପରାହ୍ନ ୪ଟା ଯାଏଁ ଗୃହ କାର୍ଯ୍ୟକୁ ବନ୍ଦ ରଖିଛନ୍ତି ବାଚସ୍ପତି ସୁରମା ପାଢୀ।

ସେପଟେ ବିଧାନସଭା ମୁଲତବୀ ପରେ ବି ଥମିନାହିଁ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଗୃହ ବାହାରେ ବିରୋଧୀ ସଦସ୍ୟମାନେ କୋକେଇ ଶୋଭାଯାତ୍ରା କରିଥିଲେ । ରାମ୍ ନାମ୍ ସତ୍ୟ ହେ ନାରାରେ କମ୍ପିଥିଲା ବିଧାନସଭା ପରିସର । ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଥିଲେ । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍ ଦେଇଛନ୍ତି।

 

Leave A Reply

Your email address will not be published.