ବାତ୍ୟା ପ୍ରଭାବ ଭାଙ୍ଗିଲା ଘର

0

ଓଡ଼ିଆ ନ୍ୟୁଜ୍: ମୋନ୍ଥା ପ୍ରଭାବରେ ଅଶାନ୍ତ ସମୁଦ୍ର କୂଳ ଲଂଘିଲା।ଗଞ୍ଜାମ ବ୍ଲକ ପୋଡ଼ମପେଟା ଗାଁରେ କୂଳ ଲଂଘିଲା ସମୁଦ୍ର।ମାଡ଼ିଆସିଲା ସମୁଦ୍ର ପାଣି, ୩ଟି ଘର ଭୁଶୁଡ଼ିଥିବା ସୂଚନା।ସେପଟେ ବର୍ଷା ଓ ପବନ ଯୋଗୁଁ ରା.ଉଦୟଗିରି ବ୍ଲକ ଲୁବୁରୁସିଂ ନିକଟରେ ଏକ ବିରାଟ ଗଛ ରାସ୍ତା ଉପରେ ପଡି ରହିଛି। ଫଳରେ ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଛି। ରା.ଉଦୟଗିରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବାକୁ ଚେଷ୍ଟା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଭୀଷଣ ହେଲା ‘ମୋନ୍ଥା’ । ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଅଗ୍ରସର ହେଉଛି ‘ମୋନ୍ଥା’ । ଏହା ମଛଲିପଟ୍ଟନମ୍ ଠାରୁ ୧୯୦ କିଲୋମିଟର, କାକିନାଡ଼ା ଠାରୁ ୨୭୦ କିଲୋମିଟର ଏବଂ ଗୋପାଳପୁର ଠାରୁ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ମଙ୍ଗଳବାର ସନ୍ଧ୍ୟାରୁ ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ଏବଂ ରାତି ୧୦ଟା ପାଖାପାଖି ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ କରିବ ‘ମୋନ୍ଥା’ ।

Leave A Reply

Your email address will not be published.