କେମିତି ଅଛି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏଭରଗ୍ରୀନ୍ ଅଭିନେତା ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ । ଏବେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ୍ ଥିବା ସୂଚନା ମିଳିନାହିଁ । ପ୍ରାୟ ଏକ ମାସ ଧରି ସେ ଯନ୍ତ୍ରଣା ସହୁଛନ୍ତି ।ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ ଅଧାରୁ ଅଟକି ଥିଲେ ମଧ୍ୟ ବିଗ୍ ବି ଙ୍କୁ କେତୋଟି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ନିକଟରେ ଏକ୍ ଫ୍ୟାଶସ୍ ଶୋ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ସେବେ ଏକ ସୋସିଆଲ ମିଡିଆରେ ପୋ୍େ‌ଟ କରିଥିଲେ ଯେ ସୁସ୍ଥ ଅଛନ୍ତି କିନ୍ତ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ରେଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ତେବେ ତାଙ୍କର ସଦ୍ୟତମ ରିପୋର୍ଟ ଅନୁଯାୟୀ ବିଗ୍ ବିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନୁହେଁ। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ କିଛି ସମୟ ଲାଗିବ ।ପ୍ରୋଜେକ୍ଟ କେ’ର ସୁଟିଂ ସମୟରେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଆଘାତ ଦେଖି ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ନିର୍ଦ୍ଦେଶ ସମୟ ଦେଇଥିଲେ ।

ଗତ ଏକ ମାସ ଧରି ବଲିଉଡ ମେଗାଷ୍ଟାର ଅମିତାଭ ଶୁଟିଂ ଏବଂ ସର୍ବସାଧାରଣ ଇଭେଣ୍ଟରୁ ଦୂରେଇ ରହିଛନ୍ତି। ଅମିତାଭ ବଚ୍ଚନ ଆହତ ହେବା ପୂର୍ବରୁ ନାଗ ଅଭିମନ୍ୟୁଙ୍କ ଫିଲ୍ମ ପ୍ରୋଜେକ୍ଟ କେ ସୁଟିଂରେ ବ୍ୟସ୍ତ ଥିଲେ। ବାହୁବଲୀ ଫେମ୍ ପ୍ରଭାସଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଦିଶା ପାଟାନି ୨୦୨୪ ରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି।

ସୂଚନରାଯୋଗ୍ୟ, ଗତ ମାସର ପ୍ରଥମ ସପ୍ତାହରେ, ଯେତେବେଳେ ଅମିତାଭ ପ୍ରୋଜେକ୍ଟ କେ ପାଇଁ ସୁଟିଂ କରୁଥିଲେ, ଏକ ଦୃଶ୍ୟ ସମୟରେ ତାଙ୍କୁ ଆଘାତ ଲାଗିଥିଲା।

Leave A Reply

Your email address will not be published.