ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ୩ ଟ୍ରେନ୍ ବାତିଲ୍ ହୋଇଛି। ଏହି ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢଶହରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ୍ କରିଦିଆଯାଇଛି। ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ ବାତିଲ।

ସେହିପରି ୩ଟି ଟ୍ରେନ୍ ସ୍ବଳ୍ପ ବାତିଲ୍ ଓ ୮ଟି ଟ୍ରେନ୍‌ର ବଦଳିଲା ଗତିପଥ। ଏହାପରେ ୫ ଟ୍ରେନ୍ ବାତିଲ ହୋଇଛି। ହାଓ୍ବଡା -ଟିଟଲାଗଡ-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍ , ଖଡଗପୁର-ଧାନବାଦ, ହାଓ୍ବଡା-ବଡବିଲ-ହାଓ୍ବଡା ଜନଶତାଦ୍ଦୀ , ଟାଟାନଗର-ଇଟଓ୍ବାରୀ , ସାଲିମାର-ଏଲଟିଏଫ୍ ଏକ୍ସପ୍ରେସ୍ ବାତିଲ ହୋଇଛି। ଆଉ ୪ଟି ଟ୍ରେନ୍ ବାତିଲ୍ ନେଇ ଦକ୍ଷିଣ ପୂର୍ବ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ଭୋର୍ ସମୟରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁଠାରେ ଲାଇନଚ୍ୟୁତ ହୋଇଛି।

ଏହି ଅଘଟଣ ଫଳରେ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଘଟଣାସ୍ଥଳରେ ଆରପିଏଫ୍ ଓ ରେଲୱେ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଏହାସହ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪, ଚକ୍ରଧରପୁର-୦୬୫୮୭୨୩୮୦୭୨, ରାଉରକେଲା – ୦୬୬୧୨୫୦୧୦୭୨, ହାୱଡା – ୯୪୩୩୩୫୭୯୨୦ ଓ ରାଞ୍ଚି- ୦୬୫୧୨୭୮୭୧୧୫।

Comments are closed.