ନରସିଂହପୁରରେ ୧୬ ଗାଁ ବନ୍ୟାଜଳ ଘେରରେ : ୩୦ଟି ପଂଚାୟତରେ ବ୍ୟାପକ କ୍ଷୟକ୍ଷତି 

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କାଲି ବଡମ୍ବା ନଦୀକୂଳ ବାହୀ ବନ୍ୟାଞ୍ଚଳ ବୁଲି ଅଧିକାରୀ ଜନପ୍ରତିନିଧି ଜନସାଧାରଣଙ୍କ ସଙ୍ଗେ ଆଲୋଚନା ପାରେ ଆଜି ମୁଁ ସକାଳୁ ନରସିଂହପୁରର ଜଳବନ୍ଦୀ ଥିବା ନରସିଂହପୁର, ପଶ୍ଚିମାଞ୍ଚଳର ବିଭିନ୍ନ ଗାଁ ଓଡ଼ିସିଘାଂ, ସାନ ଗାଁ, ମାନ୍ଦାଣିଆ ପ୍ରଭୃତି ଗାଁ ଡଙ୍ଗାରେ ଯାଇ ଗ୍ରାମବାସୀ କ୍ଷତିଗ୍ରସ୍ତ ଙ୍କ ସଙ୍ଗେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ନାରଣ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଭଗ୍ୟଲକ୍ଷ୍ମୀ ବିଶ୍ୱାଳ, ଯୋଡ଼ୁମର ସରପଞ୍ଚ, ସମିତି ସଭ୍ୟ, ରେଗେଡାର ସରପଞ୍ଚ, ସମିତି ସଭ୍ୟ, ସ୍ଥାନୀୟ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତି ରେ ଆଲୋଚନା କରିଥିଲେ l

ସ୍ଥାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସର୍ଭେଲାନ୍ସ ଓ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ ପାଇଁ ପଦକ୍ଷେପ କୁ ଆରମ୍ଭ କରାଯାଇଥିଲା l ବିଜୁଳି ନଥିବା ରୁ ପର୍ଯ୍ୟାପ୍ତ ମହମବତୀ, ହାଲୋଜେନ ଓ ପାଣି ପାଉଚ ତଥା ଡ଼ଙ୍ଗା ଯୋଗେ ପାନୀୟ ଜଳ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା l ଜିଲ୍ଲା ପ୍ରଶାସନ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ସଙ୍ଗେ ଟେଲିଫୋନ ଯୋଗେ ବନ୍ୟା ଜଳ ପ୍ରବାହ ସ୍ଥିତି ନେଇ ଆଲୋଚନା କରିଥିଲି l ଆଜି ପାଖାପାଖି 11ଲକ୍ଷ 80 ହଜାର କ୍ୟୁସେକ ରୁ ଉର୍ଦ୍ଧ ଜଳ ପ୍ରବାହ ସନ୍ଧ୍ୟା ସୁଦ୍ଧା ହବ ବୋଲି ଜଣାଯାଇଛି l

ବଡମ୍ବାରେ 5 ଟି ଗାଁ ରେ ଲୋକେ ଜଳ ବନ୍ଦୀ ରେ ଥିବା ବେଳେ ପ୍ରାରମ୍ଭିକ ଆକଳନରୁ 20 ରୁ ଉର୍ଦ୍ଧ ପଂଚାୟତ ବନ୍ୟା ଓ ବର୍ଷା ବିତ୍ପାତ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି l

ଆଜି ବଡମ୍ବା ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ଅଧ୍ୟକ୍ଷ, ଆଠଗଡ଼ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ତଥା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷାରେ ମୁଁ ଯୋଗ ଦେଇଛି l

ନରସିଂହପୁର ବ୍ଲକ ଅଧ୍ୟକ୍ଷା ଓ ଶ୍ରୀ ନିର୍ମଳ ଜେନା ବସନ୍ତପୁର, କାକୁଡ଼ିଆ, କାଠଖୁଣ୍ଟ, ନୂଆପାଟଣା ପ୍ରଭୃତି ଗ୍ରାମର ପଂଚାୟତ ରେ ବନ୍ୟାସ୍ଥିତି ଓ ତାର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ବୁଲି ଦେଖିଛନ୍ତି l ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କିଶୋର ମିଶ୍ର, ପାଣି ଘେରରେ ଥିବା ପୁରୁଣା କାଞ୍ଜିଆପଦା, ଶ୍ୟାମସୁନ୍ଦରପୁର, ବାସେଳୀହତା, ଚଷା ବାରବାଟୀ ଓ ଅନ୍ୟ ଅଂଚଳ ଯାଇ ଗ୍ରାମବାସୀ ଅଧିକାରୀଙ୍କ ସଙ୍ଗେ ଆଲୋଚନା କରିଛନ୍ତି l ପାଇକବାରବାଟୀ- ଏକଡାଳ ରାସ୍ତାରେ ଜଳ ପ୍ରବାହ ଯୋଗୁଁ ଯାତାୟାତ ବାଧା ପ୍ରାପ୍ତ ହୋଇଛି l ଆଇଁସିଆ – କୋକୋଳବା ରାସ୍ତା ବନ୍ୟା ଜଳ ଯୋଗୁଁ ବିଛିନ୍ନ ରହିଛି

Leave A Reply

Your email address will not be published.