ହ୍ୟୁମାନ ମୃତ୍ୟୁ ମାମଲା, ଏତଲାରେ ବି ବୋହୂଙ୍କ ନାଁ: ହ୍ୟୁମାନଙ୍କ ମାଆ

0

ଓଡ଼ିଆ ନ୍ୟୁଜ୍: ହ୍ୟୁମାନ ମୃତ୍ୟୁ; ଥାନାରେ ଏତଲା ପରେ ମା’ଙ୍କର ଆବେଗଭରା ମନ୍ତବ୍ୟ।ପୁଅ ବିନା ମୋର ଆଉ କେହି ନାହିଁ କହି କାନ୍ଦି ପକାଇଲେ ମା।‘ପୁଅ ପାଇଁ ଜୀବନ ଦେଇ ଦେବାକୁ ପ୍ରସ୍ତୁତ ଅଛି’।ମୁଁ କାହାକୁ ଦୋଷ ଦେଉ ନାହିଁ, ତଦନ୍ତରେ ସତ ପଦାକୁ ଆସୁ।କଟକରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ବେଳେ ପୁଅ ଚାଲୁଥିଲା।ଗୋଟିଏ ଷ୍ଟ୍ରେଚରରୁ ଅନ୍ୟ ଷ୍ଟ୍ରେଚରକୁ ଚାଲି ଚାଲି ଯିବା କଥା ଦିନେଶ କହିଛି।ଏପରି ହଠାତ କଣ ହେଲା ଯେ ତା ଅର୍ଗାନ ଫେଲିଓର ହୋଇଗଲା।

ତେଣୁ ପୁଅ ହ୍ୟୁମାନର ମୃତ୍ୟୁକୁ ନେଇ ମୋତେ ସନ୍ଦେହ ଲାଗୁଛି।ଅର୍ପିତା ଚୌଧୁରୀ ବେଶି ଘରକୁ ଆସୁଥିଲା, ତା ପାଇଁ ପୁଅ ଡିପ୍ରେସନରେ ଥିଲା।ବୋହୂ ନାଁ ମଧ୍ୟ ଏତଲାରେ ରହିଛି, ଏନେଇ ବୋହୂ ମୋତେ ଫୋନ୍‌ କରିଥିଲା।ମୁଁ କହିଲି ଯାହା ମୋ ମନରେ ଥିଲା ଲେଖିଛି, ପୋଲିସ ତଦନ୍ତ କରିବ। ବୋହୂ ଦୋଷୀ ହେଲେ ରହିବ, ନିର୍ଦ୍ଦୋଷ ହେଲେ ବି ରହିବ। ଯଦି ତଦନ୍ତ ଠିକ୍‌ ବାଟରେ ନ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଫେରାଦ ହେବି।

Leave A Reply

Your email address will not be published.