ପାଣ୍ଡିଆନ ଆମ ଦଳର ନେତା ନୁହଁନ୍ତି: ସମ୍ବିତ ରାଉତରାୟ

0

ଓଡ଼ିଆ ନ୍ୟୁଜ୍: ୨୦୨୬ରେ ବହୁତ କିଛି ହବ, କିଛି ମେଳି ନାହିଁ କହିଲେ ସମ୍ବିତ ରାଉତରାୟ।‘ରାଜନୀତି କଲେ ଚର୍ଚ୍ଚା ହେବ, ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା’।ଦୂରିଆ ନେତାଙ୍କ ସହ ଦେଖା ହୋଇନଥିଲା, ସେଥିପାଇଁ ଭୋଜି, ମେଳି ନ ଥିଲା।ଦଳ ହାରିଗଲା ପରେ ଏବେ ଆଉ ଭୋଜିଭାତ କଟକଣା ନାହିଁ।ପାଣ୍ଡିଆନଙ୍କ ଭୂମିକା ନେଇ ପ୍ରଶ୍ନରେ ମଧ୍ୟ ରଖିଲେ ପ୍ରତିକ୍ରିୟା।‘ସରକାର ଥିବା ବେଳେ ସିଏ ଗୋଟିଏ ଫ୍ୟାକ୍ଟର ଥିଲା, ଜଣେ ଗୁଡ୍‌ ମ୍ୟାନେଜର’।କିନ୍ତୁ ନେତା ହିସାବରେ ଆମେ ତାଙ୍କୁ କେବେ ମାନି ନାହୁଁ- ସମ୍ବିତ ରାଉତରାୟ।ସୁଜାତାଙ୍କ ଦଳରେ ଯୋଗ ଦେବା ନେଇ କୌଣସି ଖବର ନାହିଁ।ବିଜୁଙ୍କ ଆଦର୍ଶରେ ଦଳ ଗଢ଼ା, କେହି ହାଇଜାକ୍‌ କରିପାରିବେନି।ଅମାର ଥିଲେ ମୂଷା ରହିବ, ମୂଷା ଖାଇବାକୁ ସାପ ଆସିବ।

ଆଞ୍ଚଳିକ ଦଳ ଭାବେ ବିଜେଡି ସର୍ବ ବୃହତ ଦଳ । ଗୋଟିଏ ନେତା ନବୀନ । ନେତୃତ୍ୱର ସଙ୍କଟ ନାହିଁ । ନୂତନ ଦଳ କାଇଁ ଗଢ଼ାଯିବ । ବିଜେଡି କ’ଣ କେବଳ ନବୀନଙ୍କୁ ନେଇ ଗଢାଯାଇଛି । ବିଜୁଙ୍କ ଆଦର୍ଶରେ ଗଢ଼ା । ଦାମୋଦର ରାଉତ, କାଳନ୍ଦୀ ବେହେରା, ପ୍ରଦୀପ ମହାରଥୀ, ବିଜୟଶ୍ରୀ ରାଉତରାୟ, କଳ୍ପତରୁ ଦାସଙ୍କ ଭଳି ନେତାଙ୍କ ଅବଦାନ ରହିଛି । ଦଳକୁ କେହି ହାଇଜାକ କରିପାରିବେ ନାହିଁ । ଆମେ ସୈନିକ ଅଛୁ । ବିରୋଧୀ ଦଳ ଭାବେ ଆମେ ସରକାରଙ୍କ ଦୋଷତ୍ରୁଟି ଲୋକଲୋଚନକୁ ଆଣିବାକୁ । ଲୋକେ ବୁଝିଲେଣି ବିଜେପି କ’ଣ ଆଉ ବିଜେଡି କ’ଣ ଥିଲା । ନୂଆ ବର୍ଷରେ ନୂଆ ତରିକାରେ ଦଳ ଆହୁରି ସୁଦୃଢ଼ ହେବ ।ଅତୀତରେ ପ୍ରତିବନ୍ଧକ ଥିଲା ଭୋଜି ଭାତ ଉପରେ । ଏବେ ଆଉ ପ୍ରତିବନ୍ଧକ ନାହିଁ । ଦଳ ହାରିଗଲା ପରେ ଏବେ ଆଉ ପ୍ରତିବନ୍ଧକ ନାହିଁ । ଶସ୍ୟ ଶ୍ୟାମଳ ଅମାର ଥିଲେ ମୂଷା ରହିବେ । ମୂଷା ଖାଇବାକୁ ସାପ ଆସିବେ।

Leave A Reply

Your email address will not be published.