ଭିଡିଓ ମାଧ୍ୟମରେ କଣ କହିଲେ ହ୍ୟୁମାନ ?

0

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କରୋନା ଭାଇରସ ଗୀତ ଗାଈ ଅଡୁଆରେ ପଡିଯାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର l ହ୍ୟୁମାନ ଏହି ଗୀତାରେ କରୋନାକୁ ମନୋରଞ୍ଜନ ଉଦେଶ୍ୟରେ ବ୍ୟବହାର କରିବା ସହ ଝିଅକୁ ମହାମାରୀ ସହ ତୁଳନା କରି ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି ବୋଲି ଷ୍ଟେଟ୍ ଓମେନ୍ ଅର୍ଗାନାଇଜେସନ ଫର ଡେଭଲପ୍ମେଣ୍ଟ, ନାରୀ ସୁରକ୍ଷା ମଞ୍ଚ, ୟୋର୍ସ ଅଫ୍ ହୋପ୍ ଫାଉଣ୍ଡେସନ, କଳିଙ୍ଗ ଜାଗୃତି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ଏନେଇ ସେ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ତାଙ୍କ ପଛରେ ନପଡି କରୋନା ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତେ ଉଦ୍ୟମ କରନ୍ତୁ । କରୋନା ଭାଇରସ ସଂକ୍ରମଣ ନହେବା ପାଇଁ ସମସ୍ତେ ଉଦ୍ୟମ କରିବା ସହ ସମସ୍ତେ ସଚେତନତା ଓ ସତର୍କତା ଅବଲମ୍ବନ କରନ୍ତୁ । ନାରୀ ଜାତି ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ।

Leave A Reply

Your email address will not be published.